ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ । ଜନାଦେଶ ପରେ ଦଳୀୟ ନେତା ଓ କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାରାଷ୍ଟ୍ରରେ ବିକାଶବାଦ ଏବଂ ସୁଶାସନର ବିଜୟ ହୋଇଥିବା କହିଛନ୍ତି ମୋଦି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ ହେଉଛି । ରାଜ୍ୟରେ ନକାରାତ୍ମକ ରାଜନୀତି, ପରିବାରବାଦ ହାରିଛି । ମହାବିକାଶ ଅଘାଡୀ ମେଣ୍ଟର ମିଛ ପ୍ରତିଶ୍ରୁତିର ପ୍ରତ୍ୟାଖ୍ୟାନ କରିଛନ୍ତି ମହାରାଷ୍ଟ୍ରବାସୀ । ବିଭାଜନକାରୀ ଶକ୍ତିର ପରାଜୟ ହୋଇଛି । ସବୁ ପୁରୁଣା ରେକର୍ଡ ଭାଙ୍ଗି ୫୦ ବର୍ଷ ପରେ କୌଣସି ଗଠବନ୍ଧନର ବଡ଼ ବିଜୟ ହୋଇଛି । ଏଥିପାଇଁ ଆଜି ଆମେ ଆଉ ଏକ ଐତିହାସିକ ବିଜୟ ପାଳନ କରୁଛୁ । ଦେଶରେ ବିଭିନ୍ନ ରାଜ୍ୟରେ NDAକୁ ସମର୍ଥନ ବୃଦ୍ଧି ପାଇଛି ବୋଲି କହିଛନ୍ତି ମୋଦି । ଏହାସହିତ ଝାଡ଼ଖଣ୍ଡରେ ଦଳର ପରାଜୟ ହୋଇଥିଲେ ବି ଭୋଟ ହାର ବୃଦ୍ଧି ପାଇଛି । ବିଜେପି ପ୍ରତି ବଢିଛି ଜନସମର୍ଥନ । `ଏକ ହୈ ତୋ ସେଫ୍ ହୈ' ଆଜି ଦେଶର ମହାମନ୍ତ୍ର ସାଜିଥିବା କହିଛନ୍ତି ମୋଦି । 15 ରାଜ୍ୟରେ ଉପନିର୍ବାଚନରେ ମଧ୍ୟ ବିଜେପି ସପକ୍ଷରେ ଜନମତ ବୃଦ୍ଧି ପାଇଥିବାରୁ ଦଳୀୟ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦି ।
ଅଧିକ ପଢ଼ନ୍ତୁ ଦେଶ ଖବର: