ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ଆସନ୍ତା 5ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ 8ତାରିଖରେ ଫଳାଫଳ ପ୍ରକାଶ ପାଇବ। ବିଜେପି ଏହି ନିର୍ବାଚନ ଜିଣି ପୁଣିଥରେ କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଥିବା ବେଳେ ଦ୍ବିତୀୟ ସ୍ଥାନ ପାଇଁ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ଲଢେଇ ଜୋରଦାର।
ସକାଳ 8ଟାରୁ ସଂଧ୍ୟା 5ଟା 30 ପର୍ଯ୍ୟନ୍ତ ଚାଲିବ ମତଦାନ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ। 89ଟି ଆସନ ଲାଗି 788 ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା। ଭୋଟ ଦେବେ 2କୋଟି 49ଲକ୍ଷ 76 ହଜାର 670 ଭୋଟର। ସକାଳ 8ଟାରୁ ସଂଧ୍ୟା 5ଟା 30 ପର୍ଯ୍ୟନ୍ତ ଚାଲିବ ମତଦାନ। ପ୍ରଥମ ପର୍ଯ୍ୟାୟରେ ମୋଟ 25ହଜାର 434 ପୋଲିଂ ବୁଥରେ ମତଦାନ ଗ୍ରହଣ କରାଯିବ।
Download Argus News App
