ସୁରଟ: ଗୁଜୁରାଟର ସୁରଟରେ ଭୟାଭହ ଅଗ୍ନିକାଣ୍ଡ । ସୁରଟର 16 ମହଲା ରଘୁବୀର ମାର୍କେଟରେ ଆଜି ସକାଳେ ଏହି ନିଆଁ ଲାଗିଥିଲା । ଏହି ନିଆଁର ପ୍ରଖର ଏତେମାତ୍ରାରେ ଥିଲା ଯେ ଏହାର ପ୍ରଭାବରେ ବହୁ ଦୋକାନ ଜଳି ପାଉଁସ ହୋଇଯାଇଛି । ଦମକଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାଁନ୍ତି ।
ସୂଚନାମୁତାବକ ସରୋଲୀ ଅଞ୍ଚଳରେ ଏକ ବଡ଼ କପଡା ବଜାର ରଘୁବୀର କମ୍ପ୍ଲେକ୍ସରେ ନିଆଁ ଲାଗିଥିଲା । ଏହି ନିଆଁରେ ବହୁ ଦୋକାନ ଜଳି ପାଉଁସ ହୋଇଯାଇଥିବାବେଳେ ଘଟଣା ସ୍ଥଳରେ ଦମକଳର 60 ଟି ଗାଡି ମୁତୟନ ଅଛନ୍ତି । ତେବେ ଏହି ନିଆଁ ଲାଗିବାର କାରଣ ଏଯାଏ ଅସ୍ପଷ୍ଟ ରହିଛି । ତେବେ ଦମକଳ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ନିଆଁ ଲାଗିବାର ଅଳ୍ପ ସମୟ ମଧ୍ୟରେ ଚାରିଆଡ଼କୁ ଏହା ବ୍ୟାପିଥିଲା ।