ଅଧିକ ପଢନ୍ତୁ : ଆସୁଛି H3N2, ଭାରତରେ ନେଲାଣି ୨ ମୁଣ୍ଡ
ହରିୟାଣାର ୫୬ ବର୍ଷିୟ H3N2 ଭାଇରସ ଦ୍ଵାରା ସଂକ୍ରମିତ ମୃତ ବ୍ୟକ୍ତି ପୂର୍ବରୁ କ୍ୟାନସରରେ ପିଡିତ ଥିବା ଜଣାପଡିଛି । ଗତ କିଛି ସପ୍ତାହ ଧରି ଦେଶରେ ଅନେକ ଲୋକ ଏହି ଭାଇରସର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ସେପଟେ ଏ ନେଇ ସତର୍କ କେନ୍ଦ୍ର ସରକାର। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ନଜର ରଖିଛି କେନ୍ଦ୍ରୀୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ । ଏହାକୁ ନେଇ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭିଲାନ୍ସ ପ୍ରୋଗ୍ରାମ ଲଞ୍ଚ କରାଯାଇଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଜାରି ସୂଚନା ଅନୁସାରେ ଭାରତ ବର୍ଷରେ ଦୁଇଟି ସିଜନାଲ ଇନଫ୍ଲୁଏନଜାର ସଂକ୍ରମଣ ଦେଖିବାକୁ ମିଳିଥାଏ ।
ଜାନୁଆରୀ ମାସରୁ ମାର୍ଚ୍ଚ ମାସ ମଧ୍ୟରେ ଗୋଟିଏ ସଂକ୍ରମଣ ଦେଖିବାକୁ ମିଳିଥିବା ବେଳେ ବର୍ଷା ଋତୁ ପରେ ଆଉ ଏକ ସଂକ୍ରମଣ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଯେଉଁ ସଂକ୍ରମଣର ସୃଷ୍ଟି ହୋଇଛି, ତାହା ମାର୍ଚ୍ଚ ମାସ ଶେଷ ଆଡକୁ ହ୍ରାସ ପାଇବାରେ ଲାଗିବ। ଅନ୍ୟପଟେ, ଦେଶରେ ଏବେ ସୁଦ୍ଧା ୯୦ଟି ‘ଏଚ୍୩ଏନ୍୨’ ମାମଲା ରିପୋର୍ଟ ହୋଇଛି । ଏହାଛଡ଼ା, ଏଚ୍୧ଏନ୍୧’ ଭୂତାଣୁ ଦ୍ବାରା ମଧ୍ୟ ୮ଜଣ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି ।
ଦୁଇଟି ଯାକ ଭୂତାଣୁ ସଂକ୍ରମଣର ଲକ୍ଷଣ କୋଭିଡ୍-୧୯ ଭୂତାଣୁ ସଂକ୍ରମଣର ଲକ୍ଷଣ ସହିତ ପ୍ରାୟ ସମାନ। H3N2 ଜୀବାଣୁ ସଂକ୍ରମଣ ଅତି କମରେ ୫ ରୁ ୭ ଦିନ ପର୍ଯ୍ୟନ୍ତ ରହିଥାଏ । ଗର୍ଭବତୀ ମହିଳା, ଶିଶୁ ଏବଂ ବୃଦ୍ଧମାନେ ସଂକ୍ରମଣର ଶିକାର ହୁଅନ୍ତି । ତେଣୁ, ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ ଏହି ବୟସ ବର୍ଗର ଲୋକମାନେ ସତର୍କ ହେବା ଉଚିତ୍ । ସେପଟେ, ହାତ ଏବଂ ମାସ୍କ ନିୟମିତ ଧୋଇବା ସହିତ କୋଭିଡ ପରି ସତର୍କତା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।