ବାଲେଶ୍ଵର ଜିଲ୍ଲାରେ ଧୁମଧାମର ସହ ପାଳନ ହୋଇଛି ରଙ୍ଗର ପର୍ବ ହୋଲି। ମାରୱାଡି ସମାଜ ପକ୍ଷରୁ ଦହି ହାଣ୍ଡି ଭଙ୍ଗା ଯାଇଛି। ଏହାପରେ ସମସ୍ତେ ସମସ୍ତଙ୍କୁ ରଙ୍ଗ ମାରି ନାଚ, ଗୀତରେ ମସଗୁଲ୍ ହୋଇଥିଲା।
ସେହିପରି ନିଜ ପରିବାର ପର କରିଦେଇଥିବା କିଛି ଲୋକଙ୍କ ସାଥିରେ ହୋଲି ପାଳିଛନ୍ତି ସାମାଜିକ ସଂଗଠନ । ପରିଣତ ବୟସରେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଆର୍ଶୀବାଦ ନେଇ ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି।
ଦୈତ୍ୟନଗର ବି ପାଳିଲା ଭାଇଚାରାର ପର୍ବ। ରାଜଧାନୀରେ ନାଚ ଗୀତରେ ମଜିଛନ୍ତି, ରଙ୍ଗରେ ଭିଜୁଛନ୍ତି। କେଉଁଠି ଡିଜେର ତାଳେ ତାଳେ ନାଚ ତ ଆଉ କେଉଁଠି ଅବିର ବର୍ଷା। ଛୋଟ ପିଲାମାନେ ଫଗୁ ସହ ପିଚକାରୀ, ଟୋପି, ମାସ୍କ ଲଗାଇ ହୋଲି ଖେଳରେ ମସଗୁଲ୍ । ସିଲଭର୍ ସିଟିରେ ମହିଳା, ପୁରୁଷ, ପିଲା ଝୁଲି ଝୁଲି ଠେମସା ମାରି ହୋଲି ପାଳିଛନ୍ତି ।
ନାରାୟଣପାଟଣା...
ସେହିପରି ଆଦିବାସୀ ଅଞ୍ଚଳରେ ରଙ୍ଗର ପର୍ବ ହୋଲି ପାଳନ । ବିରିଗୁଡ଼ା କଲୋନୀ ଗାଁରେ ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଖୁସିରେ ରଙ୍ଗ ବୋଳି ରଙ୍ଗର ପର୍ବ ପାଳନ କରିଛନ୍ତି।
ବଣ୍ଡା ଘାଟି...
ହୋଲିରେ ରଙ୍ଗୀନ ହେଲା ବଣ୍ଡା ଘାଟି । ଏଠି ଲୋକେ ଖୁବ ଖୁସିରେ ହୋଲି ପାଳନ କରଛନ୍ତି।
ଗୁଣୁପୁର….
ଗୁଣୁପୁର ବାଳନିକେତନ ଶିଶୁଯତ୍ନ ଅନୁଷ୍ଠାନର କୁନି କୁନି ପିଲା ପରସ୍ପର ରଙ୍ଗ ବୋଳି ହୋଇ ଖୁସି ବାଣ୍ଟିଛନ୍ତି। ସଙ୍ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରି ଖୁବ ଖୁସିରେ ଖୁସିରେ ଆଜିର ଦିବସକୁ ରଙ୍ଗୀନ କରିଥିଲେ।
କଣ୍ଟାମାଳ….
କଣ୍ଟାମାଳ ଅଞ୍ଚଳ ବିଭିନ୍ନ ସ୍ଥାନରେ ରଙ୍ଗୋଲିର ପର୍ବ ପାଳନ ହୋଇଛି । ଛୋଟଠୁ ଭେଣ୍ଡିଆ, ବୁଢା ନିଜ ନିଜ ଭିତରେ ରଙ୍ଗ ବୋଳି ନିଜର ବନ୍ଧୁତ୍ଵ ବଜାୟ ରଖିଛନ୍ତି । ନାଚଗୀତ ମସଗୁଲ ବାଟରେ ଗଲା ଲୋକଙ୍କୁ ମଧ୍ୟ୍ୟ ରଙ୍ଗବୋଳି ଥିବା ଦେଖିବାକୁ ମିଳିଛି ।
ଆନନ୍ଦପୁର….
ଆନନ୍ଦପୁରରେ ବି ଖୁସି ମନରେ ହୋଲି ପାଳନ ହୋଇଛି । ଅବିର ବୋଳି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ।
କୋଲକାତା…
ଖାଲି ରାଜ୍ୟରେ ନୁହେଁ, ପୁରା ଦେଶରେ ହୋଲି ଧୁମଧାମର ସହ ପାଳନ । କୋଲକାତାର ଇସ୍କନ ମାୟାପୁରରେ ଧୂମଧାମରେ ହୋଲି ପାଳନ ହୋଇଛି । ସ୍ଵତନ୍ତ୍ର ଉତ୍ସବ ବିଶ୍ଵବିଦ୍ୟାଳୟଠାରୁ ରାଜରାସ୍ତାରେ ରଙ୍ଗର ଖେଳ ।
ଆର୍ମି ସେଲିବ୍ରେସନ୍
କର୍ମ ଦୁନିଆରୁ ବିରତି ନେଇ ସୀମା ସୁରକ୍ଷାରେ ଅହରହ କର୍ତ୍ତବ୍ୟରତ ଯବାନ ମାନେ ମଧ୍ୟ ହୋଲି ଖେଳରେ ସାମିଲ୍ ହେଲେ । ନିଜ ପରିବାରଠୁ ଦୂରରେ ରହୁଥିବା ଏହି ଯବାନ ଗୀତରେ ନାଚି ନାଚି ରଙ୍ଗ ପରସ୍ପରକୁ ମାରି ପର୍ବ ପାଳିଛନ୍ତି ।
ବାହାରିନ୍
ବିଦେଶରେ ମଧ୍ୟ ଜମିଲା ହୋଲି ଖେଳ । ବାହାରିନ ଓଡ଼ିଆ ସମାଜର ସଦସ୍ୟ ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ସାରରେ ଅବସ୍ଥିତ ବାସଭବନରେ ହୋଲି ପାଳନ କରିଛନ୍ତି। ଯାହା ବିଦେଶୀ ମାଟିରେ ଓଡ଼ିଆ ସଂସ୍କୃତିକୁ ଅତି ସୁନ୍ଦର ଭାବେ ପ୍ରତିଫଳିତ କରିଥିଲା। ଓଡ଼ିଆ ଲୋକ ନୃତ୍ୟ, ହୋଲି ରଙ୍ଗ ଖେଳ ସହ ବିଶ୍ଵରେ ଶାନ୍ତି, ପ୍ରେମ ଏବଂ ସହାର୍ଦ୍ଦ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।