Virustotal ନାମକ ଏକ ୱେବସାଇଟ୍ ଅଛି, ଯେଉଁଠାରୁ ନକଲି ଲିଙ୍କ ଏବଂ ଇମେଲ ଯାଞ୍ଚ କରାଯାଇପାରିବ। ଏଥିପାଇଁ ଆପଣଙ୍କୁ କିଛି ପଦକ୍ଷେପ ଅନୁସରଣ କରିବାକୁ ପଡିବ।
ସର୍ବପ୍ରଥମେ ଆପଣ Virustotal ୱେବସାଇଟ୍ ଓପନ କରନ୍ତୁ ପରେ URL କୁ ଯାଇ Url File search ଅପ୍ସନ ବାଛନ୍ତୁ | ଏହାପରେ ଆପଣ ରିସିଭ କରିଥିବା ମେସେଜ ଏଠାରେ ପେଷ୍ଟ କରନ୍ତୁ। ଲିଙ୍କ କପି କରିବା ସମୟରେ ଡାହାଣ ପଟେ କପି ଲିଙ୍କ ବାଛନ୍ତୁ। ଏହା ପରେ, ୱେବସାଇଟ୍ ର URL ଅପ୍ସନ୍ କୁ ଯାଆନ୍ତୁ ଏବଂ କପି ହୋଇଥିବା ଲିଙ୍କ୍ ପେଷ୍ଟ କରି ଏଣ୍ଟର୍ କରନ୍ତୁ, ଏହାପରେ ଉକ୍ତ ଲିଙ୍କ୍ ର ବିଶ୍ଳେଷଣ ଆରମ୍ଭ ହେବ ଏବଂ ଆପଣ ଜାଣିପାରିବେ ଲିଙ୍କ୍ ଅସଲି ନା ନକଲି।
କିନ୍ତୁ ସବୁବେଳେ ମନେ ରଖିବା ଉଚିତ ଯେ କୌଣସି ବି ଅଜଣା ନମ୍ବରରୁ ଆସୁଥିବା କଲ ମେସେଜ ଏବଂ ଲିଙ୍କର କୌଣସି ରିପ୍ଲାଏ କରିବେନି କି OTP କାହା ସହିତ ସେୟାର କରିବେନି।
ଅଧିକ ପଢ଼ନ୍ତୁ ଭାରତ ଖବର