ମାନ୍ୟତା ଅନୁସାରେ ମା' ବୈଷ୍ଣୋ ଦେବୀଙ୍କ ଜନ୍ମ ଦକ୍ଷିଣ ଭାରତରେ ରତ୍ନାକର ନାମକ ଜଣେ ବ୍ରାହ୍ମଣଙ୍କ ପରିବାରରେ ହୋଇଥିଲା । ରତ୍ନାକର ଏବଂ ତାଙ୍କ ପତ୍ନୀ ମାତା ଶକ୍ତିଙ୍କର ଭକ୍ତ ଥିଲେ | ସେ ସବୁବେଳେ ମାତା ଶକ୍ତିଙ୍କୁ ସନ୍ତାନ ପ୍ରାପ୍ତି ପାଇଁ ପୂଜା କରୁଥିଲେ । ତାଙ୍କ ପ୍ରାର୍ଥନା ଶୁଣି ମା' କାଳୀ, ମା' ଲକ୍ଷ୍ମୀ ଏବଂ ମା' ସରସ୍ବତୀ ନିଜର ଶକ୍ତି ବ୍ୟବହାର କରି ଏକ ଦିବ୍ୟ ଶକ୍ତିର ସଞ୍ଚାର କରିଥିଲେ। ଯେଉଁଥିରୁ ମା' ବୈଷ୍ଣୋ ଦେବୀଙ୍କ ଜନ୍ମ ହେଲା ।
ସେବେ ତିନି ମାତା ବୈଷ୍ଣୋ ଦେବୀଙ୍କୁ କହିଲେ କି ସେ ରତ୍ନାକରଙ୍କ ଘରେ ଜନ୍ମ ନିଅନ୍ତୁ ଏବଂ ନିଜ ଜୀବନକୁ ଧର୍ମର ରାସ୍ତାରେ ଅତିବାହିତ କରନ୍ତୁ । ମା' ବୈଷ୍ଣୋ ଦେବୀ ତାଙ୍କ କଥା ମାନି ଠିକ ସେହିଭଳି କରିଥିଲେ । ସେ ରତ୍ନାକରଙ୍କ ଘରେ ଜନ୍ମ ନେଲେ ଯେଉଁଠି ତାଙ୍କ ନାମ ବୈଷ୍ଣବୀ ରଖା ଗଲା। ଏହିଭଳି ଭାବେ ହୋଇଥିଲା ମା' ବୈଷ୍ଣୋ ଦେବୀଙ୍କ ଜନ୍ମ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର