ବିବାଦ ସତେ ଯେମିତି ପାଣ୍ଡିଆନଙ୍କ ପିଛା ଛାଡୁନି । ପ୍ରଥମେ ସରକାରୀ ଚାକିରିରେ ଥିବା ପରେ ବି ବିଜେଡିରେ ଦଳୀୟ କଥାରେ ମୁଣ୍ଡ ପୂରାଉଥିଲେ । ପରେ ସ୍ଵେଚ୍ଛାକୃତ ଅବସର ନେବା ପରେ ସିଏମଓରେ ହସ୍ତକ୍ଷେପ କଲେ । ବାରମ୍ବାର ଏନେଇ ଅଭିଯୋଗ ହୋଇଥିଲା । ହେଲେ ରାଜ୍ୟ ସରକାର ତାଙ୍କୁ କ୍ରମାଗତ ଭାବରେ ଘଂଟ ଘଉଡାଉଥିଲେ । ହେଲେ ନିର୍ବାଚନ କମିଶନଙ୍କ ଛାଟ ପରେ ସିଏମଓର ନମ୍ବର ୱାନ ଅଫିସର ତାଲିକାରୁ ତାଙ୍କ ନାଁକୁ ହଟାଯାଇଥିଲା । ପରବର୍ତ୍ତୀ ସମୟରେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ନାଁରେ ବି ସଙ୍ଗୀନ ଅଭିଯୋଗ ଆସିଥିଲା । ସରକାରୀ ପଦରେ ଥାଇ ଦଳୀୟ ପ୍ରଚାରର କାମ କରୁଥିଲେ । ଇଏ ତ ଗଲା ଗୋଟିଏ ବିବାଦ, ହେଲେ ଏବେ ନାମକୁ ନେଇ ବି ନୂଆ ବିବାଦ ମୁଣ୍ଡ ଟେକୁଛି । ଆପଣ କହିପାରନ୍ତି, ସାମାନ୍ୟ ନାମକୁ ନେଇ ଆମେ କାହିଁକି ପ୍ରଶ୍ନ କରୁଛୁ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ସୁଜାତା ନିଜ ନାଁରେ ସୁଜାତା ରାଉତ କାର୍ତ୍ତିକେୟନ ଲେଖୁଛନ୍ତି । ହେଲେ ପାଣ୍ଡିଆନଙ୍କୁ କାର୍ତ୍ତିକ କହୁଛନ୍ତି ବିଜେଡି ନେତା । ସେଇଥି ଲାଗି ତ
ସରକାରୀ ଦସ୍ତାବିଜ ଖୋଲିଲା ପାଣ୍ଡିଆନଙ୍କ ଗୁମର । କେମିତି ଚଂଚକତା କରି ଓଡ଼ିଆଙ୍କ ସରଳ ବିଶ୍ଵାସ ଜିତିବାକୁ ସେ ଚେଷ୍ଟା କରୁଛନ୍ତି ତାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ବିଜେଡିର ନମ୍ବର-୨ ନେତା ବୋଲାଉଥିବା ପାଣ୍ଡିଆନ ନିଜକୁ ଓଡ଼ିଆ ହେବାର ଅଭିନୟ କରିବା ସହ ଓଡ଼ିଶାକୁ ଲୁଣ୍ଠନ କରିବାକୁ ପ୍ଲାନ୍ କରିଛନ୍ତି । ହେଲେ କେମିତି ସେ ସାଙ୍ଘାତିକ ଷଡ଼ଯନ୍ତ୍ର କରିଛନ୍ତି ନାମକୁ ନେଇ ସେ ଘଟଣାର ଏବେ ପର୍ଦ୍ଦାଫାଶ ହୋଇଛି । ସମୟ କହିବ ତାମିଲ ହୋଇ ଓଡ଼ିଆ ହେବାର ଯେମିତି ବାହାନ କରୁଛନ୍ତି ତାହାର ଜବାବ କେମିତି ଦେଉଛନ୍ତି ସାଢେ ଚାରିକୋଟି ଓଡ଼ିଆ ।