ଅର୍ଗସ ବ୍ୟୁରୋ : ଶୁକ୍ରବାର ‘ପୁରୀ-ହାଓ୍ବଡା ବନ୍ଦେ ଭାରତ ଏକ୍ସପ୍ରେସ୍’ ଓଡ଼ିଶାରେ ଟ୍ରାଏଲ ରନ୍ କରିବ। ସକାଳ ୬ଟା ୧୦ ମିନିଟ୍ରେ ହାଓ୍ବଡାରୁ ଯାତ୍ରା ଆରମ୍ଭ କରିବ ଏହି ଏକ୍ସପ୍ରେସ। ପରେ ଭଦ୍ରକ, ଯାଜପୁର, କଟକରେ ୨ ମିନିଟ୍ ଲେଖାଏ ରହଣି କରିବ। କଟକ, ଭୁବନେଶ୍ବର, ଖୋର୍ଦ୍ଧାରେ ୨ ମିନିଟ୍ ଲେଖାଏ ରହି ମଧ୍ୟାହ୍ନ ୧୨ଟା ୩୫ରେ ପୁରୀରେ ପହଞ୍ଚିବ। ଏବଂ ଅପରାହ୍ନ ୧ ଟା ୫୦ରେ ପୁରୀରୁ ହାଓ୍ବଡା ଅଭିମୁଖେ ଯାତ୍ରା କରିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।
ଅର୍ଗସ ବ୍ୟୁରୋ: ବହୁ ଦିନର ଅପେକ୍ଷା ପରେ ଦିନିକିଆ ବିଶ୍ବକପ୍ ଗୁରୁବାରଠୁ ଅହମଦାବାଦରେ ଆରମ୍ଭ ହେବାକୁ ଯାଉଛି। ଗତ ସଂସ୍କରଣର ବିଜେତା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। କିନ୍ତୁ ମ୍ୟାଚ୍ ପୂର୍ବରୁ କୌଣସି ଉଦ୍ଘାଟନୀ ସମାରୋହ କରାଯିବ ନାହିଁ। ଅବଶ୍ୟ ଏ ସଂକ୍ରାନ୍ତରେ ବିସିସିଆଇ କିମ୍ବା ଆଇସିସି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ, ତଥାପି ଜଣେ ବରିଷ୍ଠ ଅଧିକାରୀଙ୍କଠୁ ମିଳିଥିବା ସୂଚନା ଅନୁସାରେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ସନ୍ଧ୍ୟା ୭ଟାରୁ ଅଳ୍ପ କିଛି କାର୍ଯ୍ୟକ୍ରମ କରାଯିବ।
ପ୍ରଥମେ ସବୁ ଦଳର ଅଧିନାୟକଙ୍କୁ ଏକାଠି କରାଯାଇ କାର୍ଯ୍ୟକ୍ରମର ଆରମ୍ଭ ହେବ। ଏହା ପରେ ସ୍ପଳ୍ପ ସମୟର ପାରମ୍ପରିକ ନୃତ୍ୟ ପରିବେଷଣ ହେବ। ଶେଷରେ ସବୁଠୁ ଆକର୍ଷଣୀୟ ଲେଜର ଲାଇଟ୍ ସୋ’ ଓ ବାଣଫୁଟା କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି। କିନ୍ତୁ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ, ବଲିଉଡ୍ ତାରକା ରଣବୀର ସିଂହ, ତମନ୍ନା ଭାଟିଆ, କଣ୍ଠଶିଳ୍ପୀ ଅରିଜିତ ସିଂହ, ଶ୍ରେୟା ଘୋଷାଲ, ଆଶା ଭୋସଲେ, ଶଙ୍କର ମହାଦେବନଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥାନ୍ତା। ହେଲେ ବିସିସିଆଇ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ କରୁଥିବା ଉକ୍ତ ସୂତ୍ରରୁ ଜଣାପଡ଼ିଛି। ତେଣୁ ବଲିଉଡ୍ ନାଇଟ୍ ହେବ କି ନାହିଁ ସେ ନେଇ କିଛି ବି ସ୍ପଷ୍ଟ ହୋଇନାହିଁ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଭଦ୍ରକ : ସ୍କୁଲରେ ଥିବା ସୂଚନା ଫଳକ ପଡ଼ି ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ର ମୃତ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗଢିଆଳୀ ପଞ୍ଚାୟତ ଉଚ୍ଚପଦା ଗ୍ରାମର ଥିବା ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟରେ ଏକ ପ୍ରଥମ ଶ୍ରେଣୀର ଛାତ୍ର ମୃତ. ମୃତକ ଜଣକ ହେଉଛନ୍ତି ଏହି ଗ୍ରାମର ସୌଭାଗ୍ୟ ନାୟକଙ୍କ ୬ ବର୍ଷ ର ପୁଅ ଅସିତ୍ ନାୟକ। ସୂଚନା ଅନୁଯାୟୀ ସ୍କୁଲ ରେ ଥିବା ଏକ ସୂଚନା ଫଳକ ପଡ଼ି ମୃତ ହୋଇଥିବା ଜଣାପଡିଛି।
ଅଧିକ ପଢନ୍ତୁ : ଅଜଣା ଗାଡି ଧକ୍କାରେ ୨ ମୃତ
ତେବେ ଛାତ୍ର ଜଣଙ୍କୁ ପ୍ରଥମେ ଅସୁରାଳି ରେ ଥିବା ପ୍ରାଥମିକ ଚିକିତ୍ସାଳୟ କୁ ନିଆଯାଇଥିବା ବେଳେ ଅତି ଗୁରୁତର ଥିବା ରୁ ଛାତ୍ର ଜଣକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା . ସେଠାରେ କିଛି ସମୟ ଚିକିତ୍ସା ପରେ ତାଙ୍କର ମୃତ ହୋଇ ଥିବା ସୂଚନା ଅନୁଯାୟୀ ଜଣାପଡିଛି ପଡ଼ିଛି।