ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ୍ କାଟ୍ । ଜରୁରୀ କାଳୀନ ବିଭାଗରେ ସଂନ୍ଧ୍ୟା 5 ଟା 30 ରୁ ଘଣ୍ଟାଏ ଲାଇନ କାଟ୍ ହୋଇଥିବା ସୂଚନା ରହିଛି । ଦୁଇ ଘଣ୍ଟା ଚିକିତ୍ସାଳୟ ଅନ୍ଧାର ହୋଇଛି । ବିଭାଗକୁ ସଂଯୋଗ ହୋଇଥିବା ମୁଖ୍ୟ କେବୁଲ୍ ତାର ବଦଳାଯାଇଥିବା ନେଇ ବିଦ୍ୟୁତ୍ କାଟ୍ କରାଯାଇଥିଲା । କେବଳ ଜରୁରୀକାଳୀନ ଓ୍ବାର୍ଡ ବ୍ୟତିତ ଅନ୍ୟ ସମସ୍ତ ଓ୍ବାର୍ଡରେ ବିଦ୍ୟୁତ୍ ରହିଥିବା ସୂଚନା ମିଳିଛି ।
ଅର୍ଗସ ବ୍ୟୁରୋ: ୭୭ ତମ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଐଶ୍ୱର୍ଯ୍ୟା । ଝିଅ ଆରାଧ୍ୟା ସହ ରେଡ କାରପେଟ ଚାଲିଲେ ବଲିଉଡର ନୀଳ ନୟନା। ଫ୍ରାନ୍ସରେ ଆୟୋଜିତ ହେଉଥିବା ଲୋକପ୍ରିୟ ଫିଲ୍ମ ଫେଷ୍ଟିଭାଲରେ ଏଥର ଦେଖିବାକୁ ମିଳିଥିଲା ବଲିଉଡ ଅଭନେତ୍ରୀ ଐଶ୍ୱର୍ଯ୍ୟାଙ୍କ ଜଲୱା । ଏକ ବ୍ଲାକ୍ ଓ ଗୋଲଡେନ୍ ଆଉଟ୍ ଫିଟରେ ନଜର ଆସିଥିଲେ ସେ । ଅନ୍ତର୍ଜାତୀୟ ମଞ୍ଚରେ ଅଭିନେତ୍ରୀଙ୍କ ଏଭଳି ଲୁକ୍ ବେଶ ସୁନ୍ଦର ଦିଶୁଥିଲା ।
ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ନିକଟରେ ଐଶ୍ୱର୍ଯ୍ୟାଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା । ଏହାସତ୍ତ୍ବେ ବି ବଲିଉଡର ଏହି ୫୦ ବର୍ଷୀୟ ଅଭିନେତ୍ରୀ କାନ୍ସର ମଞ୍ଚରେ ଚମକିଛନ୍ତି । ତେବେ ମେ' ୧୪ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ମେ' ୨୫ ଯାଏ ଚାଲିବ। ଅତି ସୁନ୍ଦର ଦିଶୁଥିଲେ ଐଶ୍ବର୍ଯ୍ୟ। ତାଙ୍କ ଝିଅ ଏତେ ବଡ଼ ହୋଇଥିଲେ ବି ଏବେବି ସେତିକି ସୁନ୍ଦର ଦିଶୁଥିଲେ। ଆପଣ ବି ଦେଖିଲେ ଫ୍ୟାନ ହୋଇଯିବେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର