ମାଏ ନିକଟରେ ମେ ୧୭ ତାରିଖରେ ୮୨ ବର୍ଷରେ ପଦାର୍ପଣ କରିଥିଲେ। ଆଶ୍ଚର୍ଯ୍ୟର କଥା ତା’ ପର ଦିନ ସେ ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି। ସୂଚନାମୁତାବକ, ଜଣେ ନର୍ସ ଭାବେ ତାଙ୍କର ଦୀର୍ଘ ବର୍ଷ ଧରି ରୋଗୀ ସେବାରେ ଅଭିଜ୍ଞତା ରହିଛି।
ଏହା ସତ୍ୱେ ମଧ୍ୟ ସେ ଇଭେଣ୍ଟ ମ୍ୟାନେଜମେଣ୍ଟ କ୍ଷେତ୍ରରେ କାମ କରିଥିଲେ। ଏହି ବ୍ୟବସାୟରେ ଆଗକୁ ବଢିବା ଲାଗି ସେ ୟୁନିଭରସିଟି ଅଫ୍ ମାରିଲାଣ୍ଡ, ଓ୍ୱାଶିଂଟନ୍ରେ ବିଜନେସ୍ ମ୍ୟାନେଜମେଣ୍ଟରେ ଡିଗ୍ରୀ ପାଠ୍ୟକ୍ରମ ପଢିବାକୁ ଚିନ୍ତା କରିଥିଲେ। ଯାହାକୁ ସେ ପୁରା କରି ଦେଖାଇଛନ୍ତି। ନିଜର ୮୨ତମ ଜନ୍ମଦିନର ଦିନକ ପରେ ସେ ଏହି ସଫଳତା ହାସଲ କରିଛନ୍ତି।
ମାଏ ଏନେଇ କହିଛନ୍ତି, ଲୋକେ ତ ବହୁତ କଥା କହିବେ, କିନ୍ତୁ ସଫଳତା ପାଇବାକୁ ହେଲେ ସମସ୍ତଙ୍କ କଥା ଶୁଣି ନିଜ ଅନୁସାରେ କାମ କରିବା ଦରକାର। ବୟସ ମାତ୍ର ସଂଖ୍ୟା କିନ୍ତୁ ମନ ସବୁବେଳେ ସତେଜ ବୋଲି ସେ କହିଛନ୍ତି, ଆଉ ସେଇଟା ଆମ ଉପରେ ନିର୍ଭର କରିଥାଏ। ସେ ଏହି ସଫଳତାରେ ବହୁତ ଖୁସି ବୋଲି ବଧ୍ୟ କହିଥିଲେ।