ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ହାଇଦ୍ରାବାଦର ଚନ୍ଦ୍ରାୟଗୁଟ୍ଟା ଅଞ୍ଚଳ । ଏଠାରେ ବଡବଡ ଗଛ ଓ ଘର ଆଦି ଭାଙ୍ଗି ଯାଇଛି । ଏବେସୁଦ୍ଧା ହାଇଦ୍ରାବାଦରେ ୫୦ଜଣଙ୍କର ଜୀବନ ହାନି ଘଟିଛି । ଶନିବାର ମେଡଚଲ ମଲ୍କାଜାଗିରୀ ଜିଲ୍ଲାରେ ୧୫୭.୩ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ, ବାନ୍ଦଲଗୁଡାରେ ୧୫୩ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ସହରର ଅନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ।
ଗ୍ରେଟର ହାଇଦ୍ରାବାଦ ନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ରବିବାର ମଧ୍ୟ ସହରର କିଛି ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ।