
ଅର୍ଗସ ବ୍ୟୁରୋ : ଲଦ୍ଦାଖର ଏଲଏସିରେ ଚୀନର ରକ୍ତ ସଙ୍ଘର୍ଷକୁ ମଧ୍ୟରେ ବାୟୁସେନାର ପ୍ରମୁଖ ମାର୍ଶଲ ଆରକେଏସ୍ ଭଦୌରିୟା ଏକାଡେମୀ ଫର କମ୍ପାଇନଡ୍ ଗ୍ରାଜୁଏସନ ପରେଡ ପାଇଁ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ଏହି ସମୟରେ ସେ ବାୟୁସେନାର ଯବାନଙ୍କୁ ସସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ, ଆମ କ୍ଷେତ୍ର ସର୍ବଦା ସୁରକ୍ଷିତ ପରିଦୃଶ୍ୟ ଏଥିପାଇଁ ଯେ, ଆମ ସେନା ସର୍ବଦା ସଜାଗ ରୁହନ୍ତି। ଆମେ କୌଣସି ବି ସ୍ଥିତିରେ ଦେଶର ଅଖଣ୍ଡତାକୁ ନେଇ ସାଲିସ କରିବୁ ନାହିଁ। ଲଦ୍ଦାଖରେ ଆମେ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଛୁ।
ବାୟୁସେନା ପ୍ରମୁଖ ପୁଣି କହିଛନ୍ତି ଯେ, ଆମେ କୌଣସି ପ୍ରକାରର ଆକସ୍ମିକତାର ଜବାବ ଦେବାକୁ ପ୍ରସ୍ତୁତ ଓ ନିୟୋଜିତ। ସୀମାରେ ବାହାଦୂର ଯବାନଙ୍କ ବଳିଦାନକୁ ଆମେ ବ୍ୟର୍ଥ ଯିବାକୁ ଦେବୁ ନାହିଁ। ଚୀନ ସହ ଯୁଦ୍ଧ କରିବାକୁ ଚାହୁଁ ନାହୁଁ, କିନ୍ତୁ ସବୁ ସ୍ଥିତି ପାଇଁ ପ୍ରସ୍ତୁତ ରହିଛୁ। ଚୀନ ସୀମାରେ ଅଧିକ ସୈନ୍ୟ ନିୟୋଜିତ କରିଛି। ଏହା ଉପରେ ଆମର ନଜର ରହିଛି। ଆମେ ସବୁ ସ୍ଥିତି ପ୍ରତି ଅବଗତ, ଏଥିପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
