ଅଧିକ ପଢନ୍ତୁ : ୨୦୦୩ ବିଶ୍ବକପ ଫାଇନାଲର ପ୍ରତିଶୋଧ ନବ ରୋହିତ ବାହିନୀ
ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି ରୋହିତ ବାହିନୀଙ୍କ ପାଖରେ । ଯାହାକୁ ସଵୁଠି ଦେଖିବାକୁ ମିଳିଛି ଉତ୍ସାହ । କେଉଁଠି ଭାରତୀୟ ଖେଳାଳିଙ୍କ ଫୋଟୋ ଧରି ଲୋକେ ପୂଜାର୍ଚ୍ଚନା କରୁଛନ୍ତି ତ ଆଉ କେଉଁଠି ଭାରତ ମାତା କି ଜୟ କି ନାରାରେ କମ୍ପୁଛି ପୂରା ପରିବେଶ । ସେପଟେ ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ବଢିଲା ବିମାନ ଯାତ୍ରାର ଟିକେଟ୍ ।
ଯେଉଁ ୱାନ ୱେ ଟିକେଟ୍ ୫ ହଜାର ଟଙ୍କା ଥିଲା ତାହା ଏବେ ୩୦ ହଜାର ଟଙ୍କା ହୋଇଛି । ଗୁରୁବାର ସଂଧ୍ୟାରେ ବେଙ୍ଗାଲୁରୁରୁ ଅହମଦାବାଦ ଯିବା ଯେଉଁ ଟିକେଟର ଦାମ ୫ ହଜାର ୭୦୦ ଟଙ୍କା ଥିଲା, ତାହା ଏବେ ୩୩ ହଜାର ଟଙ୍କା ହୋଇଛି । ବିମାନବନ୍ଦରରେ ଫ୍ୟାନଙ୍କୁ ସ୍ଵାଗତ କରିବା ପାଇଁ ଅହମ୍ମଦାବାଦ ଏୟାରପୋର୍ଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ, ବିଭିନ୍ନ ଦୋକାନରେ ଏବେ ଠାରୁ ପ୍ରସ୍ତୁତ ହେଲାଣି ଭିକ୍ଟ୍ରି କେକ୍ । ଯାହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଭିଡ଼ ।