ତହସିଲଦାର କୋର୍ଟ ଏହି ବେଆଇନ ମଦ୍ରାସାକୁ ହଟାଇବାକୁ ଗତ ସେପ୍ଚେମ୍ବର ମାସ ୨ ତାରିଖ ଦିନ ନିର୍ଦେଶ ଦେଇଥିଲେ । ସେ ମଦ୍ରାସା ପରିଚାଳକକୁ ନିଜେ ଏହି ମଦ୍ରାସା ଭାଙ୍ଗିବାକୁ ନିର୍ଦେଶ ଦେଇଥିଲେ । ହେଲେ ମଦ୍ରାସା ପରିଚାଳକ ହାସନ ଏହାକୁ ନ କରିବାକୁ ପ୍ରଶାସନ ବୁଲଡୋଜର ଲଗାଇ ଏହି ମଦ୍ରାସାକୁ ମାଟିରେ ମିଶାଇ ଦେଇଛି ।
ଏହି ମଦ୍ରାସାର ନିର୍ମାଣ ୧୯୯୭ ମସିହାରେ ଆମେଠିର ଟାଂଡା- ବାନ୍ଦା ରାଜପଥ ନିକଟରେ ଗୁଜରଟୋଲାରେ ହୋଇଥିଲା । ସରକାରୀ କାଗଜପତ୍ରରେ ଏହି ଜମି ଗୋଚାରଣ ଭୂମି ଭାବରେ ରେକର୍ଡରେ ରହିଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକ ମାନେ ବେଆଇନ ଭାବେ ଜବରଦଖଲ କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ୨୦୨୨ ମସିହା ଜୁନ ମାସରେ ଜାଂଚ ରିପୋର୍ଟ ଆସିଥିଲା । ଏହି ରିପୋର୍ଟରେ କୁହାଯାଇଥିଲା ଯେ ଏହି ମଦ୍ରାସା ବେଆଇନ ଭାବେ ଗୋଚାରଣ ଭୂମିରେ ତିଆରି ହୋଇଛି ।
ଏହା ପରେ ତହସିଲଦାର କୋର୍ଟରେ ମାମଲା ଚାଲିଲା ଓ କୋର୍ଟ ୨ ସେପ୍ଟେମ୍ବର ଦିନ ଏହି ମଦ୍ରାସା ଚଳାଉଥିବା ହସନକୁ ଏହାକୁ ଭାଙ୍ଗିବାକୁ ନିର୍ଦେଶ ଦେଇଥିଲେ । ମାତ୍ର ନିର୍ଧାରିତ ସମୟ ସୀମା ମଧ୍ୟରେ ଏହି ମଦ୍ରାସାକୁ ସେ ନ ଭାଂଗିବା କାରଣରୁ ପ୍ରଶାସନ ବୁଲଡୋଜର ଲଗାଇ ଏହାକୁ ଧ୍ୱସ୍ତ କରିଥିଲା ।
ପ୍ରଶାସନିକ ଅଧିକାରୀ ଭାରୀ ପୋଲିସ ବଳଙ୍କ ସହ ଘଟଣା ସ୍ଥଳରେ ବୁଲଡୋଜର ଧରି ପହଂଚିଥିଲେ ଓ ମଦ୍ରାସାକୁ ୩୫ ମିନିଟ ମଧ୍ୟରେ ମାଟିରେ ମିଶାଇ ଦିଆଯାଇଥିଲା ।
ଏହି ଧ୍ୱସ୍ତ କରିବା କାର୍ଯ୍ୟକୁ ସୁଚାରୁ ରୂପେ କରିବା ଓ କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ଉତ୍ପନ୍ନ ହେବା ଆଶଙ୍କା ଦେଖି ପିଏସିର ଅତିରିକ୍ତ ଫୋର୍ସ ସହିତ ଆଖ ପାଖର ୫ଟି ଥାନାରୁ ଫୋର୍ସ ଅଣାଯାଇଥିଲା ।
ସକାଳ ସାଢେ ୫ଟାରୁ ବୁଲଡୋଜର ଅଭିଯାନ ଆରମ୍ଭ ହୋଇଥିଲା । କେବଳ ସେତିକି ନୁହେଁ ମଦ୍ରାସା ପରିଚାଳକ ହସନ ଉପରେ ପ୍ରଶାସନ ୨ ଲକ୍ଷ ୨୪ ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଛି।