ଅଧିକ ପଢନ୍ତୁ : ଗିରଫ ପରେ ଇମରାନଙ୍କୁ କିଏ ମାଡ଼ ମାଇଲା ?
ମହଙ୍ଗା ପଡ଼ିଲା ଜେନରାଲ ଫୈସଲ ନସୀରଙ୍କ ବିରୋଧରେ ଗୁରୁତର ଅଭିଯୋଗ । ଇମ୍ରାନ ଖାନ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଅଧିକାରୀ ମେଜର ଜେନରାଲ ଫୈସଲ ନସୀରଙ୍କ ବିରୋଧରେ ନିକଟରେ ଗୁରୁତର ଅଭିଯୋଗ ଆଣିଥିଲେ । ମେଜର ଜେନେରାଲ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ସେ ଅଭିଯୋଗ କରିଥିଲେ । ଏହାପରେ ମେ ପହିଲାରେ NAB ରାଓଲପିଣ୍ଡ ଇମ୍ରାନଙ୍କ ଗିରଫ ୱାରେଣ୍ଟ ଜାରି କରିଥିଲା । ଗିରଫ ୱାରେଣ୍ଟକୁ ବିରୋଧ କରିବା ସହ ସୁଯୋଗ ମିଳିଲେ ସେ ନିଜ ଅଭିଯୋଗ ପ୍ରମାଣିତ କରିବାକୁ ଦାବି କରିଥିଲେ ।
ପୂର୍ବରୁ ଅଲ-କାଦିର ଟ୍ରଷ୍ଟ ମାମଲାରେ ଜାମିନ ପାଇବା ପାଇଁ ଇସଲାମାବାଦ ହାଇକୋର୍ଟର ଦ୍ବାରସ୍ଥ ହୋଇଥିବାବେଳେ ମଙ୍ଗଳବାର ଇମ୍ରାନ ଖାନଙ୍କୁ ଗିରଫ କରିଛି ପାକିସ୍ତାନ ରେଞ୍ଜର୍ସ । ଗିରଫ ପରେ ଇମ୍ରାନ ଖାନଙ୍କୁ NABକୁ ହସ୍ତାନ୍ତର କରିଛି ପାକ୍ ରେଞ୍ଜର୍ସ । ହାଇକୋର୍ଟ ପରିସରରୁ ଇମ୍ରାନଙ୍କ ଗିରଫର ପ୍ରତିବାଦ କରିଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଆମିର୍ ଫାରୁକ୍ । କେଉଁ ମାମଲାରେ ଇମ୍ରାନଙ୍କୁ ଗିରଫ କରାଯାଇଛି ତାହା ସ୍ପଷ୍ଟ ଜଣାଇବାକୁ କୋର୍ଟ ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଇମ୍ରାନଙ୍କ ଗାଡ଼ି କୋର୍ଟ ପରିସର ମଧ୍ୟରେ ଥିବାବେଳେ ପାକିସ୍ତାନ ରେଞ୍ଜର୍ସ ହାଇକୋର୍ଟ ଗେଟ ବନ୍ଦ କରିଦେବା ସହ ତାଙ୍କୁ ଗିରଫ କରିଥିଲେ ।