
ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ରୋଡ୍ ସୋ’ ଜରିଆରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ବାରଣାସୀର ଭିଏଚୟୁ ଗେଟ୍ରୁ ଆରମ୍ଭ କରି ମଦନ ମୋହନ ମାଲବୀୟଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିବା ପରେ ସେଠାରୁ ମୋଦି ନିଜ ରୋଡ୍ ସୋ’ ଆରମ୍ଭ କରିଥିଲେ । ଆସନ୍ତା କାଲି ଅର୍ଥାତ ଏପ୍ରିଲ 26ରେ ବାରଣାସୀରୁ ନିଜର ନାମାଙ୍କନ ଭରିବା ଦିନକ ପୂର୍ବରୁ ବିରୋଧୀଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ରୋଡ୍ ସୋ’ରେ ବିଜେପିର ହେଭିଓ୍ୱେଟ୍ ନେତା ସାମିଲ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ସୋ’ରେ ବିଜେପି ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ନିର୍ମଳା ସୀତାରମଣ, ସୁଷମା ସ୍ୱରାଜ, ପୀଉଷ ଗୋୟଲ, ଯୋଗୀ ଆଦିତ୍ୟନାଥଙ୍କ ଭଳି ଦିଗ୍ଗଜ ନେତାଙ୍କୁ ଦେଖିବାକୁ ମିଳିଛି ।
ସୂଚନା ଯେ, ଲଙ୍କା ଗେଟ୍ରୁ ଦଶାଶ୍ୱମେଧ ଘାଟ ପର୍ଯ୍ୟନ୍ତ ପ୍ରାୟ 5 କି.ମି ଲମ୍ୱା ରାସ୍ତାରେ ରୋଡ୍ ସୋ’ ସମୟରେ 150 ଟି ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବ୍ୟ ସ୍ୱାଗତ କରାଯିବ । ମୋଦିଙ୍କ ରୋଡ୍ ସୋ’କୁ ନେଇ ଜନତାଙ୍କ ମଧ୍ୟରେ ଅଦ୍ଭୁଦପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଦେଖନ୍ତୁ ଫଟୋରେ ଫଟୋରେ ମୋଦିଙ୍କ ରୋଡ୍ ସୋ’...
[caption id="attachment_71808" align="alignnone" width="423"]














