ଘର
ଭାରତ
ଜାପାନର ବୁଲେଟ୍ ଟ୍ରେନ୍ କୁ ଟକ୍କର ଦେବ ଇଣ୍ଡିଆ ମେଡ୍ ବୁଲେଟ୍ ଟ୍ରେନ୍
ଜାପାନର ବୁଲେଟ୍ ଟ୍ରେନ୍ କୁ ଟକ୍କର ଦେବ ଇଣ୍ଡିଆ ମେଡ୍ ବୁଲେଟ୍ ଟ୍ରେନ୍
by Smruti Parija
ଅର୍ଗସ ବ୍ୟୁରୋ: ଭାରତୀୟ ରେଳବାଇର ବଡ ଉପଲବ୍ଧି । ପ୍ରସ୍ତୁତ ହେଉଛି ସ୍ବଦେଶୀ ଜ୍ଞାନ କୈାଶଳରେ ନିର୍ମିତ ହାଇସ୍ପିଡ୍ ଟ୍ରେନ୍ । ରେଲୱେର ମେକ୍ ଇନ୍ ଇଣ୍ଡିଆ ଟେକନିକ୍ ରେ ନିର୍ମିତ ଏହି ଟ୍ରେନ ଘଣ୍ଟା ପ୍ରତି ୨୮୦ କି.ମି ବେଗରେ ଚାଲିବ । ଜାପାନର ବୁଲେଟ୍ ଟ୍ରେନ୍ କୁ ଟକ୍କର ଦେବ ଏହି ଇଣ୍ଡିଆ ମେଡ୍ ବୁଲେଟ୍ ଟ୍ରେନ୍ ।
ଏହି ହାଇ ସ୍ପିଡ୍ ଟ୍ରେନ୍ ସେଟ୍ ଗୁଡିକ BEML ସହଯୋଗରେ କୋଚ୍ ଫ୍ୟାକ୍ଟ୍ରି ଆଇସିଏଫ୍ ରେ ଡିଜାଇନ୍ ଏବଂ ଉତ୍ପାଦିତ ହେଉଛି । ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ବିଳମ୍ବ ଏବଂ ଜାପାନ ସହିତ ଭାରତର ରାଜନୈତିକ ସମ୍ପର୍କ ପୂର୍ବ ଭଳି ନଥିବାରୁ ଭାରତୀୟ ରେଳ ନିଜେ ଏହି ଟ୍ରେନ୍ ନିର୍ମାଣର ଆରମ୍ଭ କରିଛି । ବନ୍ଦେ ଭାରତ ଟ୍ରେନର ସଫଳତା ପରେ ଭାରତୀୟ ରେଳବାଇ ହାଇ ସ୍ପିଡ୍ ଟ୍ରେନ୍ ସେଟ୍ ଡିଜାଇନ୍ ଏବଂ ଉତ୍ପାଦନ ଆରମ୍ଭ କରିଛି ।