ତେବେ ଆଜିର ମ୍ୟାଚ୍ ଉପରେ ରହିଛି ବର୍ଷା ବିପଦ । ସିଡନୀରେ ଆଜି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯଦି ବର୍ଷା କାରଣରୁ ମ୍ୟାଚ ବାତିଲ ହୁଏ ତେବେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ । ସେପଟେ ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ବକପରେ ବିଭିନ୍ନ ପ୍ରକାର ପରିଚାଳନାଗତ ସମସ୍ୟା ଦେଖିବାକୁ ମିଳିଛି ।
ଖେଳାଳିଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ବେଳେ ଷ୍ଟାଡିୟମଠାରୁ ବହୁ ଦୂରରେ ରହୁଛି ହୋଟେଲ । ଯାହାକୁ ନେଇ ଟିମ ଇଣ୍ଡିଆ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଭାରତୀୟ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ଅଭିଯୋଗ ପରେ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।