ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ମାଛ ଫାର୍ମ କରି କିଭଳି ଯୁବକମାନେ ଆତ୍ମନିର୍ଭର ହୋଇପାରିବେ ସେ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଅନେକ ଲୋକ ଯୋଗ ଦେଇଥିବା ବେଳେ ମାଛ ଉତ୍ପାଦନ ନେଇ ଯୁବକଙ୍କୁ ତାଲିମ ମଧ୍ୟ ଦିଆଯାଇଛି । କମ ସ୍ଥାନରେ କିଭଳି ଅଧିକ ଆୟ କରିହେବ ସେନେଇ ଲୋକଙ୍କୁ ବୁଝାଇଛନ୍ତି ମତ୍ସ୍ୟ ବିଭାଗର ଅଧିକାରୀ । ରୋଜଗାର ସୃଷ୍ଟି ପାଇଁ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଘାଟିର ଲୋକେ ।
୩୭୦ ଉଚ୍ଛେଦ ପରେ ଏବେ ଘାଟିର ବିକାଶ ଦିଗରେ ଗୁରୁତ୍ବ ଦେଉଛନ୍ତି ସରକାର
Download Argus News App
