ଆହୁରି ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ: ପୁଣି ଡରାଇଲାଣି କରୋନା । ଭାରତରେ ପୁଣି କରୋନା ଭାଇରସର ଏକ ନୂଆ ସବଭାରିଏଣ୍ଟ ଦେଖାଦେଇଛି । JN.1 ନାମକ ସବ ଭେରିଆଣ୍ଟ କେରଳରେ ପ୍ରଥମ କରି ଦେଖାଦେଇଛି । ଜଣେ ୭୯ ବର୍ଷିୟା ମହିଳାଙ୍କ ଠାରେ ଏହା ଚିହ୍ନଟ ହୋଇଛି । ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ତତ୍ପର ହୋଇଛି । ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥାର ମକ୍ ଡ୍ରିଲ୍ କରିଛି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ । ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଲଗାତାର ଏ ବିଷୟରେ ଆଲୋଚନା ଜାରି ରଖିଛି ।
ଆହୁରି ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ: ଚୀନର ଆଉ ଏକ ବଡ ଚନ୍ଦ୍ର ମିଶନ । ଚୀନ୍ ନିଜର ମହାକାଶଯାନକୁ ଚନ୍ଦ୍ରର ଅନ୍ଧକାର ପାର୍ଶ୍ବକୁ ପଠାଇବାକୁ ଯାଉଛି। ସେଠାରୁ ନମୁନା ସଂଗ୍ରହ କରିବା ପରେ ଏହି ମହାକାଶଯାନ ପୃଥିବୀକୁ ଫେରି ଆସିବ। ଏହି ମିଶନର ନାଁ ରଖାଯାଇଛି ଚାଙ୍ଗ୍ -6 । ଏହି ଯାନ ଚନ୍ଦ୍ରର ଅନ୍ଧକାର ପାର୍ଶ୍ବ ଅର୍ଥାତ୍ ପୃଥିବୀ ଠାରୁ ସବୁଠାରୁ ଦୂରରେ ଥିବା ଚନ୍ଦ୍ରପୃଷ୍ଠର ଭୌଗୋଳିକ ସ୍ଥିତି ଅନୁଧ୍ୟାନ କରିବ । ଏଥିସହ ସେଠାରୁ ବାଲି, ପଥର, ମାଟିର ନମୁନା ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଫେରିବ।
ପୂର୍ବରୁ ବିଭିନ୍ନ ଦେଶ ପକ୍ଷରୁ ଚନ୍ଦ୍ର ପୃଷ୍ଠରୁ ନମୁନା ସଂଗ୍ରହ କରାଯାଇଛି । କିନ୍ତୁ ଚୀନ ପକ୍ଷରୁ ପ୍ରଥମ ଥର ପାଇଁ ଚନ୍ଦ୍ରର ଅନ୍ଧକାର ପାର୍ଶ୍ବରୁ ନମୁନା ସଂଗ୍ରହ କରିବାକୁ ମିଶନ କରାଯାଇଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର