ଭିତ୍ତିହୀନ, ଅମୂଳକ ଏବଂ ସମ୍ପୁର୍ଣ୍ଣ କପୋଳ କଳ୍ପିତ ଭାବେ ଏହି ଡକ୍ୟୁମେଣ୍ଟାରୀ ନିର୍ମାଣ କରାଯାଇଛି। ଯାହାକି ଭାରତର ସାର୍ବଭୌମତ୍ବ ଉପରେ କୁଠାରାଘାତ କରିବ। ନିକଟରେ ଏହାକୁ ନେଇ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାରେ ଏକ ବିତର୍କ ଉପସ୍ଥାପନ ହୋଇଥିଲେ। ପ୍ରସିଦ୍ଧ ବଲିଉଡ୍ ଅଭିନେତା କବିର ବେଦୀ ଏବଂ ଭାରତର ପୂର୍ବତମ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଭାଗ ନେଇଥିଲେ।
ଅନିଲ ଏହି ଡକ୍ୟୁମେଣ୍ଟାରୀକୁ ବିରୋଧ କରିଥିବା ବେଳେ କବିର କହିଛନ୍ତି ଯେ, ଏଭଳି କରିବା ଦୁର୍ଭଗ୍ୟଜନକ। ଏମିତି କରି ଭାରତର ସର୍ବଭୌମତ୍ବକୁ ନଷ୍ଟ କରାଯାଉଛି। ଯାହାକୁ ଦେଖି ମୋ ରକ୍ତ ଗରମ ହୋଇଗଲା।
ସୂଚନାଯୋଗ୍ୟ, ଭାରତର ପ୍ରମୁଖ ଚର୍ଚ୍ଚିତ ଘଟଣା ଭିତରେ ଗୁଜୁରାଟର ଗୋଧରା କାଣ୍ଡ ଗୋଟିଏ। ଯାହାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ରାୟ ଶୁଣାଇ ସାରିଛନ୍ତି। ଏଣୁ ଏହାକୁ ନେୋଇ ଭାରତୀୟଙ୍କୁ ଭ୍ରମିତ କରିବାର ଏ ପ୍ରଚେଷ୍ଟା ଆଦୌ ଠିକ ନୁହେଁ।