ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ଆଜି 12ଟି କେନ୍ଦ୍ରରେ ଭୋଟ ଗଣତି ସକାଳ ୮ଟାରୁ ଜାରି ରହିଛି । 15 ଟି ବିଧାନସଭା ସିଟ୍ ପାଇଁ ଭୋଟ୍ ଗଣତି ଚାଲିଛି । ବିଜେପି 12ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ କେବଳ ଦୁଇ ଟି ଆସନ୍ରୁ ଆଗୁଆ ରହିଛି । ଜେଡିଏସ ଓ ନିର୍ଦଳିୟ ଗୋଟିଏ ଗୋଟିଏ ଆସନରେ ଆଗୁଆ ଅଛନ୍ତି ।
#UPDATE Karnataka bypolls results trends: BJP leading in 12 seats, Congress leading in 2 seats, Independent leading in 1 seat, as per EC trends https://t.co/qYnc6Oqlsg
— ANI (@ANI) December 9, 2019
ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ ଲଘୁଚାପ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ସାରା ଓଡିଶାରେ ପ୍ରବଳ କାଚିବ । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଉତ୍ତର ଉପକୁଳ ଓଡ଼ିଶାର ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା କାଲି ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ବଲାଙ୍ଗିର, ବରଗଡ, ସୋନପୁର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଦେବଗଡ, ଢେଙ୍କାନାଳ ଏବଂ ମୟୁରଭଞ୍ଜକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସେହିଭଳି ପ୍ରବଳ ବର୍ଷା ନେଇ ଉତ୍ତର-ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ୧୩ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ । ୪ ତାରିଖରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଉତ୍ତର ଓଡିଶାରେ ପ୍ରଚଣ୍ଡ ବିଜୁଳି ଘଡ଼ଘଡ଼ି ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି। ୧ ତାରିଖଠୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧୧୫.୪ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ଵାଭାବିକ ବର୍ଷା ଠାରୁ ୩ ପ୍ରତିଶତ ନିଅଣ୍ଟିଆ ରହିଛି। ରାଜ୍ୟର ତିନି ଜିଲ୍ଲା ଢେଙ୍କାନାଳ, ବୌଦ୍ଧ, ଝାରସୁଗୁଡ଼ା ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅନ୍ୟ ତିନି ଜିଲ୍ଲା ପୁରୀ,କେନ୍ଦ୍ରାପଡା,ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ହୋଇଛି ଅନ୍ୟ ବାକି ଜିଲ୍ଲା ମାନଙ୍କରେ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର ସୋରୋ ଅଞ୍ଚଳରେ ୧୧୩. ମିଲି ମିଟର ବର୍ଷା ରେକର୍ଡ ହୋଇଛି। ସେପଟମ୍ବର ମାସରେ ୩୩୨.୧ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ଵାଭାବିକ ବର୍ଷା ୨୩୫.୭ ତୁଳନାରେ ୪୧ ପ୍ରତିଶତ ଅଧିକ ରହିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ଦୁଇ ନିଲମ୍ବନ ଝଡ଼ । ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ଗୃହରେ ବିଜେପି ସଦସ୍ୟଙ୍କ ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ୍ ତଳେ ଜୋରଦାର୍ ପ୍ରତିବାଦ କରିଛି ବିଜେପି । ବିଧାନସଭା ପରିଚାଳନାରେ ପକ୍ଷପାତିତା କରାଯାଉଥିବା ଅଭିଯୋଗ । ପ୍ରବଳ ହଙ୍ଗାମା ପାଇଁ ଅପରାହ୍ନ 4ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଶାସକ ଦଳକୁ ଯେତେବେଳେ ସଙ୍କଟ ଆସୁଛି ସେତେବେଳେ ସେ ଗୃହକୁ ମୁଲତବି କରୁଛନ୍ତି । ସର୍ବଦଳୀୟ ବୈଠକ ଡାକୁନାହାଁନ୍ତି । ବିଧାନସଭା କିପରି ନଚାଲିବ, ସେଥିପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି ।
ଶାସକ ଦଳ UNPARLIAMENTARY ଶବ୍ଦ ବ୍ୟବହାର କଲେ ତାକୁ ବାଦ୍ ଦିଆଯାଉନାହିଁ । ଶାସକ ଦଳର କଣ୍ଢେଇ ସାଜିଛନ୍ତି ବାଚସ୍ପତି । ଆମକୁ କହିବାକୁ ସୁଯୋଗ ଦିଆଯାଉ ନାହିଁ । ଦୁଇ ବିଜେପି ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ଜୟନାରାୟଣ ମିଶ୍ର ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ଥର । ଖୋଲିଲା ହୀରାକୁଦ ଡ୍ୟାମ୍ର ଆଉ ୩ଟି ଗେଟ୍ । ମୋଟ ୧୦ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ବାମ ପାର୍ଶ୍ବରେ ୭ ଓ ଡାହାଣ ପାର୍ଶ୍ବରେ ୩ ଗେଟ୍ ଦେଇ ଜଳ ନିଷ୍କାସିତ କରାଯାଉଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ୬୨୯.୬୫ ଫୁଟ ରହିଛି। ପ୍ରତିସେକେଣ୍ଡରେ ୧ ଲକ୍ଷ ୧୬ ହଜାର ୦୮୮ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୫୪ ହଜାର ୨୦୭ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଆଗକୁ ଜଳସ୍ଥର ବଢିଲେ ଆଉ ଗେଟ ଖୋଲାଯିବା ବୋଲି କୁହାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: