ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀର ସମସ୍ତ ଅଟୋ ଚାଳକ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କୁ ପାଞ୍ଚ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ। ସରକାରଙ୍କ ହିସାବରେ ଦେଢ଼ ଲକ୍ଷରୁ ଅଧିକ ଡ୍ରାଇଭର ଏଥିରେ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁଇମାସ ମାଗଣାରେ ରାସନ ପାଇବା ଅର୍ଥ ନୁହେଁ ଯେ ତାଲାବନ୍ଦ ଦୁଇ ମାସ ପର୍ଯ୍ୟନ୍ତ ଜାରି ରହିବ। ଆମେ ପରିସ୍ଥିତିକୁ ସୁଦୃଢ କରିବାକୁ ଚାହୁଁଛୁ, ସଂକ୍ରମଣ ହ୍ରାସ ହେଲେ ଶୀଘ୍ର ତାଲାବନ୍ଦ ଉଠିଯିବ।
ବର୍ତ୍ତମାନ ଦିଲ୍ଲୀରେ ମହାମାରୀ ର ଭୟଙ୍କର ସ୍ଥିତି ରହିଛି, ଯେଉଁଠି ଯାହାକୁ ସାହାଯ୍ୟର ଆବଶ୍ୟକତା ପଡୁଛି ସମସ୍ତେ ତାଙ୍କୁ ସାହାଯ୍ୟ କରିବାକୁ ଜନ ସାଧାରଣ ଙ୍କୁ ସେ ଅପିଲ କରିଛନ୍ତି। ଗତ କିଛି ଦିନ ଧରି ଦିଲ୍ଲୀରେ ପ୍ରତିଦିନ କୋଡ଼ିଏ ହଜାରରୁ ଅଧିକ ସଂକ୍ରମଣ ମାମଲା ଏବଂ ଚାରି ଶହରୁ ଅଧିକ ମୃତ୍ୟୁ ହେଉଥିବା ଦେଖାଦେଉଛି। ଦିଲ୍ଲୀର ଡାକ୍ତରଖାନା ଗୁଡ଼ିକରେ ଶଯ୍ୟା, ଅମ୍ଳଜାନ ଏବଂ ଅନ୍ୟାନ୍ୟ ସୁବିଧାର ଆହୁରି ଆବଶ୍ୟକତା ରହିଛି। କରୋନା ବୃଦ୍ଧି ହେତୁ ଦିଲ୍ଲୀରେ ପ୍ରଥମ ୱିକେଣ୍ଡ ଲକଡାଉନ୍ ଲାଗୁ କରାଯାଇଥିଲା, ପରେ ଲକଡାଉନ୍ ଲାଗୁ କରାଯାଇଛି।