ସ୍ତ୍ରୀ ମୃତ୍ୟୁ ପରେ ସ୍ୱାମୀ ଏକାକୀ ହୋଇଯାଏ । ଜୀବନସାଥୀକୁ ହରାଇ ଭାଙ୍ଗି ପଡେ । କିଏ ସ୍ତ୍ରୀର ମୃତ୍ୟୁ ପରେ ବଡ ପ୍ରତିମା ତିଆରି କରେ ତ କିଏ ଆଉ କଣ କରେ । କିନ୍ତୁ ଶରଦଙ୍କ ପାଇଁ ଚ୍ୟାଲେଞ୍ଜ କିଛି ଭିନ୍ନ ଥିଲା। କିନ୍ତୁ ଇରାଦା ପକ୍କା ଥିଲା ଆଉ ସଚ୍ଚା ଥିଲା।
ସେଇଥିପାଇଁ, 60 ବର୍ଷ ବୟସରେ ଧର୍ମପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି ଶରଦ।
ଦର୍ଶକବନ୍ଧୁ ଏତେ କଥା ଜାଣିବା ଆଗରୁ ଆସନ୍ତୁ ଥରେ ଏ ପ୍ରେମ କାହାଣୀର ଫ୍ଲାସ ବ୍ୟାକକୁ ଯିବା। ଶରଦ ଆଉ ଅଞ୍ଜଳୀଙ୍କୁ ବୁଝିବା।
ମହାରାଷ୍ଟ୍ରର ପର୍ବତାରୋହୀ ଶରଦ କୁଲକର୍ନି । ସ୍ତ୍ରୀ ଅଞ୍ଜଳି କୁଲକର୍ନି । ଦିନେ ସ୍ୱାମୀ ସ୍ତ୍ରୀ ନିଷ୍ପତ୍ତି ନେଲେ ପର୍ବତାରୋହଣ କରିବେ । ଗୌରବମୟ ମାଉଣ୍ଟ ଆଭେରେଷ୍ଟରରୁ ପର୍ବତ ଚଢିବା ଆରମ୍ଭ କରିବେ । କିନ୍ତୁ ଅଚାନକ ଜୀବନର ଗତିପଥ ସବୁ ବଦଳିଗଲା ।
2019 ମେ । ସମସ୍ତ ପ୍ରସ୍ତୁତି ସହ ଏଭେରେଷ୍ଟ ଚଢିବାକୁ ଦୁହେଁ ବାହାରି ପଡିଲେ । ହେଲେ ପାହାଡ ଚଢିବା ସମୟରେ ପର୍ବତାରୋହୀଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଲା । ସେ ଯେତେ ଉପରକୁ ଯାଉଥିଲେ ଟ୍ରାଫିକ୍ ବଢି ବଢି ଚାଲିଥାଏ । ଏମିତି ଏକ ସ୍ଥାନ ଆସିଲା ଯେଉଁଠି ଦଉଡି ଧରି ଉପରକୁ ଚଢିବାକୁ ପଡେ । ପୁଣି ତଦଳକୁ ଖସିବାକୁ ପଡେ । ସ୍ତ୍ରୀ ଅଞ୍ଜଳି ଥକା ହୋଇ ପଡୁଥାନ୍ତି । ଅଣନିଶ୍ୱାସୀ ହୋଇ ପଡୁଥାନ୍ତି । ଛାତି ଫୁଲି ଉଠୁଥାଏ । ସେତେବେଳେ ସ୍ୱାମୀ ପିଠି ଥାପୁଡେଇ ହାତ ଧରି ଉପରକୁ ଯିବାକୁ ସାହସ ଦେଉ ଥାନ୍ତି ।
ହେଲେ ଅଧିକ ଭିଡ ଓ ଅକ୍ସିଜେନ୍ ର ଅଭାବ ହେତୁ ଅଞ୍ଜଳି ସେଇଠି ଆଖି ମୁଦିଦେଲେ । ମୃତ୍ୟୁ ଏତେ ଆକସ୍ମିକ ଥିଲା ଯେ କୁଲକର୍ନି ବାବୁ କିଛି ବୁଝିଲା ବେଳକୁ ସାତ ଜନ୍ମରେ ସାଥୀ ତାଙ୍କୁ ଏକାକୀ କରି ଦେଇ ତା ବାଟରେ ଚାଲିଯାଇଥିଲା ।
ସମୟକ୍ରମେ ସେ ଅନୁଭବ କଲେ ଯେ ଏବେ ତାଙ୍କ ଦାୟିତ୍ୱ ସ୍ତ୍ରୀର ସ୍ପପ୍ନ ପୁରା କରିବେ । ବୟସ 60 ବର୍ଷ । ହେଲେ ଭିତରେ ଯୁଆନ ଭଳି ଫୂର୍ତ୍ତି ଥାଏ । ବାହାରି ପଡିଲେ । ଦେଖୁ ଦେଖୁ 4 ଟି ପର୍ବତ ଚଢିଲେ ।
2023 ମେ 23 । ସକାଳ 10.23 । ମାଉଣ୍ଟ ଏଭେରେଷ୍ଟରେ ପାଦ ଥାପିଲେ କୁଲକର୍ନି ବାବୁ । ଆଖି ଛଳ ଛଳ ହୋଇ ଯାଇଥାଏ । ପୁରୁଣା କଥା ସବୁ ଆଖି ଆଗରେ ନାଚି ଯାଉଥାଏ । ମନରେ ପୁଳାଏ କୋହ ଓ ଆଖିରେ ଖୁସିର ହସ ନେଇ ଶେଷରେ ସେ ଶିଖର ଛୁଇଁଲେ ।
ପତ୍ନୀଙ୍କ ସ୍ୱପ୍ନ ପୂରା ହେଲା । ଜୀବନ ନାଟକରେ ଏ ପ୍ରେମ କାହାଣୀରା କ୍ଲାଇମାକ୍ସ ହୁଏତ ବଡ଼ କଷ୍ଟକର ଥିଲା। କିନ୍ତୁ ଆନାୟାସରେ ଅନେକଙ୍କୁ ଅନେକ କିଛି କହିଗଲା।