ଏଥର ଯୋଗ ପାଇଁ ସ୍ୱତନ୍ତ୍ର ସ୍ଥାନ ବାଛିଛନ୍ତି ଲୋକେ । ପୂରା ଦୁନିଆରେ ଯୋଗ ଦିବସକୁ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି ହେବ । ଅଧିକରୁ ଅଧିକ ଲୋକଙ୍କୁ ଯୋଗ ପାଇଁ ଉତ୍ସାହିତ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ପଶୁ, ପକ୍ଷୀଙ୍କୁ ଖାଦ୍ୟ ଦେବାପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ପାଇଁ ନୂଆଦିଲ୍ଲୀ ରେସ କୋର୍ସ ସ୍ଥିତ ବି.ଆର କ୍ୟାମ୍ପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଦଳୀୟ କର୍ମୀଙ୍କ ସହ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ କେନ୍ଦ୍ରମନ୍ତ୍ରୀ ମନ କି ବାତ୍ ରେ ବିଭିନ୍ନ ବିଷୟ ଉପରେ ଚର୍ଚ୍ଚା କରିଥିବା ନେଇ ସୂଚନା ଦେଇଥିଲେ । ଏହାସହ ଲୋକ ସମ୍ବାଦର ଏହା ଏକ ନିଆରା ପରମ୍ପରା ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦେଶବାସୀଙ୍କୁ ମନ କଥା କହିଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ 89 ତମ ‘ମନ କି ବାତ୍’ କାର୍ଯ୍ୟକ୍ରମ । ଦେଶବାସୀଙ୍କୁ ରେଡିଓରେ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ୟୁନିକନ୍ ସଂଖ୍ୟା 100 ଟପିଛି । ୟୁନିକନ୍ ବିଭିନ୍ନ ଦିଗରେ କାମ କରୁଛି । ଦେଶର ସାମର୍ଥ୍ୟରୁ ନୂତନ ବିଶ୍ୱାସ ସୃଷ୍ଟି ହୋଇଛି । ଦେଶରେ ଷ୍ଟାର୍ଟଅପ୍ ଲଗାତାର ବଢିବାରେ ଲାଗିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଷ୍ଟାର୍ଟଅପ୍ ଦ୍ୱାରା ନୂତନ ଭାରତ ଦେଖାଦେଇଛି । ନୂଆ ନୂଆ ଚିନ୍ତାଧାରା ସହ ଷ୍ଟାର୍ଟଅପ୍ ଶିଖର ଛୁଇଁଛି । ଏହାସହ କରୋନା କାଳରେ ଯୋଗର ମହିମା କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ଯୋଗ ଲୋକଙ୍କ ଜୀବନରେ ଏକ ଅଭିନ୍ନ ଅଂଶ ହେବାରେ ଲାଗିଛି । ଅମୃତ ମହୋତ୍ସବରେ 75 ଟି ବଡ଼ ସ୍ଥାନରେ ଯୋଗ ଦିବସ ପାଳନ ହେବ ।
Download Argus News App
