ମେଘାଳୟ ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲାର ଶୁଣାଣୀ ବେଳେ ମାଂସ ଦୋକାନରେ ପ୍ରାଣୀଙ୍କ ମୃତଦେହ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନ ବିଚାରପତି ସଞ୍ଜୀବ ବାନାର୍ଜୀଙ୍କ ନେତୃତ୍ୱରେ ଏକ ଟିମ ଏହି ରାୟ ଦେଇଛନ୍ତି। ମାଂସ ଦୋକାନରେ ଏଭଳି ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଉଚିତ। କୋର୍ଟ କହିଛନ୍ତି ମାନବ ବ୍ୟବହାର ପାଇଁ ହତ୍ୟା କରାଯାଉଥିବା ପ୍ରାଣୀଙ୍କ ପ୍ରତି ନୈତିକତା ରହିବା ଆବଶ୍ୟକ। ସୂଚନାଯୋଗ୍ୟ, ଗୋ ଜ୍ଞାନ ଫାଉଣ୍ଡେଶନ ଦ୍ୱାରା ଏହି ପିଏଲଆଇ ଦାଖଲ କରାଯାଇଥିଲା । ତେବେ ମାଂସ କାଟି ଫ୍ରିଜରେ ରଖି ବିକ୍ରୟ କରିପାରିବେ ବୋଲି କୁହାଯାଇଛି।