ମୁନ୍ ୱାକ୍ କଥା କହିଲେ ମାଇକେଲ ଜ୍ୟାକସନଙ୍କ କଥା ମନେ ପଡ଼େ। ମାଇକେଲ ଜ୍ୟାକ୍ସନ ଚଟଣାରେ ମୁନ୍ ୱାକ୍ ଡ୍ୟାନ୍ସ କରୁଥିଲେ। ତାଙ୍କର ଏହି ଡ୍ୟାନ୍ସ ଦେଖିବାକୁ ପାଗଳ ହେଇଯାଉଥିଲେ ଦର୍ଶକ। ତେବେ କିଏ ବା ନ ଚାହିଁବ ପପ୍ ଡ୍ୟାନ୍ସରର ଗଡ କୁହାଯାଉଥିବା ମାଇକେଲଙ୍କ ଜୀବନୀ ବିଷୟରେ ନଜାଣିବାକୁ । ତାଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏଥିରେ ତାଙ୍କର ପୁତୁରା ଜାଫର ଜ୍ୟାକସନ ମୁଖ୍ୟ ଭୂମିକାରେ ନଜର ଆସିବେ।
ଜିକେ ଷ୍ଡୁଡିଓ ସୋସିଆଲ ମିଡିଆରେ ଜାଫରଙ୍କ ଫଟୋ ବାୟୋପିକର ଲିଡ୍ ଆକ୍ଟର ଭାବେ ଘୋଷଣା କରିଛି। ଆଣ୍ଟୋନି ଫୁକଓ୍ୱା ଏହି ଫିଲ୍ମ ର ନିର୍ଦ୍ଦେଶନା ଦେବେ। ପ୍ରଶିଦ୍ଧ ପ୍ରଯୋଜକ ଗ୍ରାହମ କିଙ୍ଗ ଏହାର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ଜାଫର ଦୀର୍ଘ ଦିନ ହେଲା ନିଜକୁ ମାଇକେଳ୍ ଜ୍ୟାକସନଙ୍କ ପରି ପ୍ରସ୍ତୁତ କରୁଛନ୍ତି।
ଜାଫର ହେଉଛନ୍ତି ମାଇକେଲଙ୍କ ବଡ ଭାଇ ଜରମେନ୍ ଜ୍ୟାକସନଙ୍କ ପୁଅ। ଜରମେନ୍ ମଧ୍ୟ ଜଣେ ସଙ୍ଗିତଞ୍ଜ ଏବଂ ପ୍ରଯୋଜକ। ପୁତରା ଜାଫର କହିଛନ୍ତି ଯେ, ସେ ମାଇକେଲ ଜ୍ୟାକସନଙ୍କ ବାୟୋପିକ୍ ରେ କାମ କରିବାକୁ ଖୁସି ଆଉ ଗର୍ବିତ। ଏହା ଦ୍ୱାରା ସେ ମାଇକେଲ୍ଙ୍କ ଜୀବନୀକୁ ଦୁନିଆ ସାମ୍ନାକୁ ଆଣିବେ ବୋଲି କହିଛନ୍ତି। ଏନେଇ ଜାଫର ତାଙ୍କ ଇନ୍ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।