ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଜାମ୍ମୁ କାଶ୍ମୀର ପୁଞ୍ଚ୍ରେ IAF କନ୍ଭଏ ଉପରେ ଆତଙ୍କବାଦୀ ହମଲା ହୋଇଛି। ଆତଙ୍କୀ ହମ୍ଲାରେ ଯବାନ ଗୁରୁତର ହୋଇଥିବା ସୂଚନା ରହିଛି।ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ପକ୍ଷରୁ କର୍ଡନ କରି ଜୋରଦାର ତଲାସୀ। ଏହି ଆକ୍ରମଣରେ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ସୁରନକୋଟର ସନାଇ ଗାଁରେ ହୋଇଛି । ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିରେ ଛୋଟମୋଟ ନେଣଦେଣ ପାଇଁ ପିନ ଏଣ୍ଟର କରିବା ଦରକାର ପଡ଼େନାହିଁ । Paytm ର ମୁଖପାତ୍ର କହିଛନ୍ତି ଯେ ଆମେ ୱାଲେଟକୁ ଏକ ଗୁରତ୍ୱପୂର୍ଣ୍ଣ ପେମେଣ୍ଟର ମାଧ୍ୟମ ଭାବେ ଦେଖୁଛୁ ଏବଂ ପେଟିଏମ ଲାଇଟ ଏହାର ଅଭିଜ୍ଞତାକୁ ଆହୁରି ବଢାଇବ ବୋଲି ଆମର ଆଶା । ଏହା ଦ୍ୱାରା ସ୍ଥାନୀୟ ଷ୍ଟୋର, ଦୋକାନ ଆଦିରେ ସବୁଦିନ ହେଉଥିବା ନେଣଦେଣ ଆହୁରି ସହଜ ହୋଇପାରିବ । NPCIର ସହଭାଗିତାରେ ଭାରତର ପ୍ରତ୍ୟେକ କୋଣରେ UPI ଇକୋସିଷ୍ଟମକୁ ବିସ୍ତାର କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ସର୍ବପ୍ରଥମେ ପେଟିଏମ ଆପ ଖୋଲନ୍ତୁ ,ପରେ 'UPI ଲାଇଟ୍ ଆକ୍ଟିଭେଟ୍' ବଟନ ଉପରେ କ୍ଲିକ କରନ୍ତୁ। ଏହାପରେ UPI liteରେ ବ୍ୟବହାର କରିବାକୁ ଚାହୁଁଥିବା ବ୍ୟାଙ୍କ ଆକାଉଣ୍ଟକୁ ବାଛନ୍ତୁ। ଏବେ ଟଙ୍କା ଜମା କରିବା ପରେ ଆପଣ ସହଜରେ ଏହି ଟଙ୍କା ଦେବା ପାଇଁ UPI lite ବ୍ୟବହାର କରିପାରିବେ । UPI ଲାଇଟ୍ ୱାଲେଟରେ ଏକ ସମୟରେ 2,000 ଟଙ୍କା ଜମା କରିପାରିବେ ଏବଂ ଦିନକୁ ସର୍ବାଧିକ ଦୁଇଥର ଟଙ୍କା ଜମା କରିପାରିବେ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଆଗାମୀ ୨୨ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତି କରିବାର ସମ୍ଭାବନା ଥିବାବେଳେ, କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ 24ତାରିଖ ବେଳକୁ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି l
ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବାଧକ ସାଜିପାରେ ବର୍ଷା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି ।୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ସମୁଦ୍ର ଭିତରେ ଧିରେ ଧିରେ ଦକ୍ଷିଣ-ପୂର୍ବ ଦିଗକୁ ଗତି କରି ଅବପାତର ରୁପ ନେଇପାରେ । ଯାହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: