ଅନୁର୍ବର ଜମିର ପୁନରୁଦ୍ଧାର ଓ ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ସ୍ବତନ୍ତ୍ର ଧ୍ୟାନ ଦେଇ ଜଙ୍ଗଲ ସୀମା ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ ଗୁରୁତ୍ବଆରୋପ କରାଯିବ। ୨୩ ଓ ୨୪ ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଛଅଟି ଅଧିବେଶନ ରହିଛି । ଉଦ୍ଘାଟନ ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଭାରତ ଖବର ଆହୁରି ପଢ଼ନ୍ତୁ ।

ନୂଆଦିଲ୍ଲୀ: ଆଜି ସମସ୍ତ ରାଜ୍ୟ ପରିବେଶ ମନ୍ତ୍ରୀ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପରିବେଶ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସୁସମନ୍ବୟ ରକ୍ଷା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ କରାଯାଉଛି । ପରିବେଶ ପାଇଁ ଜୀବନଶୈଳୀ, ଜଳବାୟୁ ପରିବର୍ତ୍ତନ, ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା, ବନ୍ୟଜନ୍ତୁ ଓ ଜଙ୍ଗଲ ପରିଚାଳନା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅଧିକ ସମନ୍ବୟ ରକ୍ଷା ଦିଗରେ ସମ୍ମିଳନୀରେ ଗୁରୁତ୍ବ ଦିଆଯିବ ।

ଅର୍ଗସ ବ୍ୟୁରୋ : ବାହାନଗା ହାଇସ୍କୁଲ ପରିସରର କୁଢ କୁଢ ଶବ। ପଲିଥିନ୍ ଆଉ ଧଳା କାନାର ଆବରଣ ଶୋଇଛନ୍ତି ନିର୍ଜିବ ମଣିଷ। ସମସ୍ତେ ଅପରିଚିତ, ସମସ୍ତେ ନିଥର। କିନ୍ତୁ ଏଇ ଶବ ଗଦା ଭିତରେ ଗୋଟାଏ ହାତ ଥରୁଥିଲା। କହୁଥିଲା, ମୋତେ ଏ ବିବତ୍ସ ପରିବେଶ ଭିତରୁ ମୁକ୍ତି ଦିଏ। ମୃତ ମୁଁ ନୁହେଁ, ମୁଁ ଜୀବିତ। ଦେଖିଲା ଲୋକେ ଚମକି ପଡିବା ସ୍ବଭାବିକ୍। କିନ୍ତୁ ଶବ ଗଦା ଭିତରୁ ଏହି ହାତ ହିଁ କହିଥିଲା, ମୁଁ ବିଶ୍ବଜିତ୍ ଆଜି ମୃତ୍ୟୁଞ୍ଜୟି ହୋଇଛି। ମୃତ୍ୟୁର ପଞ୍ଝାରୁ ମୁକୁଳି ଆସିଛି।
ଦର୍ଶକବନ୍ଧୁ ଆପଣ ଏ ଅବତାରଣା ଶୁଣିବା ପରେ ଭାବୁଥିବେ, ଆମ ସତ କହୁଛୁ ନା ଗପ କହୁଛୁ। ନା...ଆଜ୍ଞା ଏହା ଗପ ନୁହେଁ। ବାହାନଗା ଟ୍ରେନ ଟ୍ରାଜିଡିର ଗୋଟେ ଚମକାଇଲା ଭଳି ଖବର। ମରଣ ମୁହଁରୁ ବଞ୍ଚି ଯାଇଥିବା ଏ ବ୍ୟକ୍ତି ଜଣକ ହେଉଛନ୍ତି ପଞ୍ଚିମବଙ୍ଗର ୨୪ ବର୍ଷିୟ ବିଶ୍ବଜିତ ମଲ୍ଲିକ।
ଜୁନ ୨ ତାରିଖରେ ସାଲିମାର ଷ୍ଟେଶନରେ କରୋମଣ୍ଡଳ ଏକ୍ସପ୍ରେସରେ ଚଢିଥିଲେ ହେଳାରାମ ମଲ୍ଲିକଙ୍କ ପୁଅ ବିଶ୍ବଜିତ୍। ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଆଗରୁ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେଲା। ଖବର ପାଇଁ ହେଳାରାମ ଆଉ ହେଳା ନ କରି ଧାଇଁ ଆସିଲେ ବାଲେଶ୍ବର। ତାଙ୍କ ପୁଅ ବଞ୍ଚିବ ଏଇ ଆଶାରେ ସେ ଆମ୍ବୁଲାନ୍ସ ନେଇ ଦୀର୍ଘ ୨୩୦ କିମି ପଥ ଅତିକ୍ରମ କଲେ। ବାହାନଗାରେ ପହଞ୍ଚି ଛାତିକୁ ପଥର କରି ଗୋଟି ଗୋଟି ମୃତଦେହ ତନଖି କଲେ।
ମିରାକଲ ହେଲା। ଚମକିପଡିଲେ ହେଳାରାମ। ଶବ ଗଦା ଭିତରେ ତାଙ୍କ ପୁଅ ବଞ୍ଚିଥିଲା। ବାପାର ବିଶ୍ବାସ ରହିଗଲା। ତୁରକ୍ତ ତାଙ୍କୁ ବାଲେଶ୍ବର ଡାକ୍ତରଖାନାକୁ ଅଣାଗଲେ। ଚିକିତ୍ସା ପରେ ବିଶ୍ବଜିତ ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି। ଯିଏ ଦେଖୁଛି ସିଏ କହୁଛି, ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
