ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡର ନୈନିତାଲର ଜଙ୍ଗଲରେ ଭୟଙ୍କର ନିଆଁ । ଶହ ଶହ ହେକ୍ଟର ଜଙ୍ଗଲ ଜଳୁଛି । ନିଆଁ ଗୋଟିଏ ପରେ ଗୋଟିଏ ଅଂଚଳକୁ ବ୍ୟାପିବାରେ ଲାଗିଛି । ନିଆଁ ଏତେ ଭୟଙ୍କର ଜଳୁଛି ଯେ, ନିଆଁ ଲିଭାଇବାକୁ ବାୟୁସେନା ଓ ସ୍ଥଳସେନାର ସହାୟତା ନିଆଯାଛି । ବାୟୁସେନାର Mi-17 helicopter ଦ୍ବାରା ଭୀମତାଲ ହ୍ରଦରୁ ପାଣି ଆଣି ଲିଭାଯାଉଛି । ସେପଟେ ନିଆଁକୁ ଆୟତ୍ତ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଜ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଭୁବନେଶ୍ୱର/ନୂଆଦିଲ୍ଲୀ: ଆସନ୍ତା 10 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଁଞ୍ଚିବା ପରେ ରାମମନ୍ଦିର ଠାରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ'ରେ ସାମିଲ ହେବେ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷ୍ୟରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ବ୍ଲୁ ବୁକ ସୁରକ୍ଷା ବ୍ୟବସ୍ଥା ଅନୁଯାଇ 5 ଜଣ ଡିସିପି, 10 ଜଣ ଆଡିସିନାଲ ଡିସିପି, 27 ଜଣ ଏସିପି, 41 ଇନ୍ସପେକ୍ଟର, 180 ଅଫିସର ସମେତ 55 ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଦଗ୍ ସ୍କ୍ୱାର୍ଡ, ବୋମା ନିସ୍ତେକକାରି ଦଳ ସହିତ ଉଚ୍ଚ ଅଟ୍ଟାଳିକାରେ ବନ୍ଧୁକଧାରି ପୋଲିସ ନିୟୋଜିତ କରାଯିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ବିମାନ ବନ୍ଦରରୁ ୩.୭୭ କେଜି ସୁନା ଜବତ । ଦୁବାଇରୁ ଭୁବନେଶ୍ୱର ଆସିବା ବେଳେ ଧରିଲା କେନ୍ଦ୍ରୀୟ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ । ଜବତ ସୁନ ର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ସୁନା ନେଇ ଆସିଥିବା ୪ ଯାତ୍ରୀ ହେଲେ ଗିରଫ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ କାହାକୁ ବା ଇଚ୍ଛା ନଥାଏ ? ଆଜିକାଲିର ଜୀବନଶୈଳୀରେ ସୁସ୍ଥ, ନିରାମୟ ଜୀବନଯାପନ କରିବାକୁ ସମସ୍ତେ ଆଗ୍ରହୀ । କିନ୍ତୁ ଏହି ସୁସ୍ଥ, ନିରାମୟ ଜୀବନ ପାଇବାକୁ ହେଲେ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡେ । କଣ ଆପଣ ମାନେ ବି ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ସବୁ ଉପାୟ ...
ଆଜି ବି ମଣିଷ ଅଛନ୍ତି ଯେଉଁମାନେ ୧୦୦ରୁ ଅଧିକ ବର୍ଷ ବୟସ ଜୀବନ ଅତିବାହିତ କରୁଛନ୍ତି । ବୟସ ବୃଦ୍ଧି ପାଇଁ ଭଲ ଖାଇବା, ଶାରୀରିକ ବ୍ୟାୟମ ସହ ସୁସ୍ଥ ଜୀବନଶୈଳୀ ଆପଣେଇଛନ୍ତି । ଏହା ସହିତ ସୁସ୍ଥ ଚିନ୍ତାଧାରା ଦୀର୍ଘ ଜୀବନର ଚାବିକାଠି ହୋଇଥାଏ । ଏମିତି ବି ଲୋକ ଅଛନ୍ତି ଯେଉଁମାନେ ନିଜ ବୟସ ଠାରୁ ମଧ୍ୟ ଅଧିକ ଲମ୍ବା ସମୟ ଧରି ଜୀବିତ ରହିଛନ୍ତି ।
ଅଧିକ ପଢନ୍ତୁ ଜୀବନଶୈଳୀ ଖବର
ଲମ୍ବା ସମୟ ଧରି ବଞ୍ଚିବାର ରହସ୍ୟ କଣ ?
ମହିଳା ମାନେ ନିଜର ନିର୍ଦ୍ଦିଷ୍ଟ ଓଜନ ସନ୍ତୁଳନ ରଖିବା ଦ୍ଵାରା ବୟସ ବୃଦ୍ଧି ଘଟିଥାଏ । ଆଗରୁ କୁହାଯାଉଥିଲା, ୬୦ ବର୍ଷ ବୟସ ପରେ ମହିଳା ମାନେ ନିଜର ଓଜନ କମ କରିବା ଭୁଲ । କିନ୍ତୁ ଏବେ ବୈଜ୍ଞାନିକ ମାନେ ଭିନ୍ନ ଏକ ମତ ଦେଉଛନ୍ତି । ତାଙ୍କ କଥାନୁସାରେ, ୬୦ ବର୍ଷ ବୟସ ପରେ ଓଜନ ହ୍ରାସ ଲାଭଦାୟକ ହୋଇଥାଏ । ୬୦ ବର୍ଷ ପରେ ମହିଳା ମାନେ ଏକ ନିର୍ଦ୍ଦିଷ୍ଟ ଓଜନ ରଖିବା ଲାଭପ୍ରଦ ହୋଇଥାଏ ।
ବୃଦ୍ଧ ମହିଳାମାନଙ୍କ କ୍ଷେତ୍ରରେ ଓଜନ କମ ରହିବା ଏକ ପ୍ରକାର ସାମାନ୍ୟ କଥା ହୋଇଥାଏ । କିନ୍ତୁ ନିର୍ଦ୍ଦିଷ୍ଟ ଓଜନ ରହିବା ଦ୍ଵାରା ଜୀବନଶୈଳୀ ଉପରେ ବିଶେଷ ପ୍ରଭାବ ପକାଏ । ଯାହା ଜୀବନଶୈଳୀକୁ ସୁସ୍ଥ ରଖିବା ସହ ବୟସରେ ବୃଦ୍ଦି ହୋଇଥାଏ ।