କେନ୍ଦ୍ରସରକାର ସର୍ବଦା ଯୁବବର୍ଗଙ୍କ ନିଯୁକ୍ତି ଉପରେ ପ୍ରାଥମିକତା ଦେଉଛନ୍ତି । ନୂତନ ସମ୍ଭାବନା ପାଇଁ ଏକ ବଡ଼ ଆକାରରେ କୁଶଳୀ ମାନବ ଶକ୍ତି ପ୍ରସ୍ତୁତ କରିବାକୁ ପଡିବ । ଏହାଦ୍ବାରା ଆଗାମୀ ଦିନରେ ଭାରତ ବିଶ୍ବରେ ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାର ଲକ୍ଷ୍ୟ ହାସଲ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ନିଯୁକ୍ତି ପାଇଥିବା ଯୁବବର୍ଗଙ୍କୁ ହୋଲି ସହିତ ନୂଆ ନିଯୁକ୍ତି ପାଇଁ ଜଣାଇଲେ ଶୁଭେଛା

ଅର୍ଗସ ବ୍ୟୁରୋ : ଗୁଜରାଟ ରୋଜଗାର ମେଳାକୁ ଭିସି ଜରିଆରେ ପିଏମଙ୍କ ସମ୍ବୋଧନ । ନିଯୁକ୍ତି ପାଇଥିବା ଯୁବବର୍ଗଙ୍କୁ ହୋଲି ସହିତ ନୂଆ ନିଯୁକ୍ତି ପାଇଁ ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ନୂଆ ଦାୟିତ୍ବ ସମ୍ଭାଳିବାକୁ ଯାଉଥିବା ଯୁବକ ମାନେ ନିଷ୍ଠାର ସହିତ ଆଜାଦିର ଅମୃତ କାଳର ସଂକଳ୍ପ ଗୁଡିକୁ ଆଗେଇ ନେବାରେ ସଫଳ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Download Argus News App
