ସୂଚନାମୁତାବକ, ଅଦାଲତ ମାମଲା ରେ ଫସିଯିବା ପୂର୍ବରୁ ଭାରତୀୟ କ୍ରୀଡାର ଶେଷ୍ଠ ପ୍ରଶାସକ ବିବେଚିତ ନରିନ୍ଦର ଧୃବ ବାତ୍ରା ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ବାତ୍ରା ସମସ୍ତଙ୍କୁ ସମାନ ଧରଣର ସଂକ୍ଷିପ୍ତ ହାତଲେଖା ଇସ୍ତଫାରେ ଲେଖିଛନ୍ତି , ବ୍ୟକ୍ତିଗତ କାରଣରୁ ମୁଁ ଇସ୍ତଫା ଦେଉଛି। ଆପଣଙ୍କ ସମର୍ଥନ ଓ ଦିଗଦର୍ଶନ ପାଇଁ ଧନ୍ୟବାଦ ବୋଲି ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ୨୦୧୭ରେ ବାତ୍ରା ଆଇଓଏର ସଭାପତି ନିର୍ବାଚିତ ହୋଇଥିବାବେଳେ ୨୦୧୯ରେ ଆଇଓସି ସଦସ୍ୟ ହୋଇଥିଲେ। ୨୦୨୧ ରେ ଏଫଆଇଏଚ୍ର ସଭାପତି ଭାବେ ଦିତ୍ୱୀୟ ଥର ନିର୍ବାଚିତ ହୋଇଥିଲେ।
ତେବେ ଆଇଓଏ ସଭାପତି ପଦ ଛାଡିବାକୁ ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଥିବାବେଳେ ଏହା ଉପରେ ରହିତାଦେଶ ଲାଗୁ କରିବାକୁ ମନା କରିଦେଇଥିଲେ। ତେବେଏହାର ଦୁଇ ସପ୍ତାହ ପରେ ବାତ୍ରା ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି। ହକି ଇଣ୍ଡିଆ ଆଜୀବନ ସଦସ୍ୟ ରହିବା ସ୍ପୋର୍ଟସ ଜୋଡ୍ର ଉଲ୍ଲଂଘନ ଓ ଅଣସାମ୍ବିଧାନିକ ବୋଲି ଅଦାଲତ ଦର୍ଶାଇଥିଲେ। ଏଥିସହିତ ହକି ଇଣ୍ଡିଆ ସୋସାଇଟି ଆକ୍ଟ ଅଧିନରେ ପଞ୍ଜିକୃତ ହୋଇଥିବାରୁ ଏଭଳି ମନମୂଖୀ ପଦରେ ରହିପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ଅଦାଲତ।
ଖେଳ ଖବର ଆହୁରି ପଢନ୍ତୁ । |