ନବୀନ ବାବୁ ଆପଣଙ୍କର ୨୪ ବର୍ଷ ଶାସନ କାଳରେ ଏଭଳି ଦୃଶ୍ୟ ତ ଅତି ସାଧାରଣ କଥା । ଏମିତି କହିବାକୁ ଗଲେ ପ୍ରତିଦିନର ଘଟଣା । ୨ ଥର ସାଂସଦ ଆଉ ୨୪ ବର୍ଷରୁ ଅଧିକ ସମୟ ହେବ ଆପଣ ରାଜା ହୋଇ ପ୍ରଜାଙ୍କୁ ଏଇ ନ୍ୟାୟ ହିଁ ତ ଦେଇଛନ୍ତି । ପ୍ରକୃତରେ ଏ ଦୃଶ୍ୟ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବାଗଲପୁର ଗାଁର । ଗାଁର କାର୍ତ୍ତିକ ପ୍ରଧାନଙ୍କ ଏକମାତ୍ର ରୋଜଗାରିଆ ପୁଅ ସାଗର ପ୍ରଧାନଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ପରିବାରରେ ଏମିତି ପଡ଼ିଛି କାନ୍ଦବୋବାଳି । ପରିବାର ଉପରେ ଥିବା 9 ଲକ୍ଷ ଟଙ୍କାର ଋଣ ବୋଝରୁ ମୁକୁଳିବା ପାଇଁ 11 ମାସ ପୂର୍ବରୁ ବାଲୁଗାଁ ଥାନା ଖାରିବନ୍ଧ ଗାଁର ଦାଦନ ଠିକାଦାର ସଞ୍ଜୟ ସ୍ବାଇଁଙ୍କୁ 75 ହଜାର ଟଙ୍କା ଦେଇ ବାହାରିନର ଏକ କମ୍ପାନୀକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ | ଦୀର୍ଘ 11 ମାସ କାମ କରିବା ପରେ ମାତ୍ର 5 ମାସର ଦରମା ଘରକୁ ପଠାଇ ଥିବା ବେଳେ ବଳକା 6 ମାସର ଦରମା ଆଉ ଦେଇ ନଥିଲେ । ହଠାତ୍ ଗତ ପାଞ୍ଚ ତାରିଖରେ ସାଗରଙ୍କ ପାଖାପାଖି ରହୁଥିବା ବାଗଲପୁର ଗ୍ରାମ ନିକଟସ୍ଥ କଇଠଡା ଗ୍ରାମର ମିଟୁ ପରିଡା ବାହାରିନରୁ ସାଗରର ପରିବାରକୁ ମୃତ୍ୟୁ ଖବର ଜଣାଇଥିଲେ । ବାହାରିନ ଦୂତବାସ ଜରିଆରେ ସାଗର ଆତ୍ମହତ୍ୟା କରିଥିବା ଏକ ମୃତ୍ୟୁ ପ୍ରମାଣ ପତ୍ର ପଠାଇଛନ୍ତି ସମ୍ପୃକ୍ତ କମ୍ପାନୀ | ତେବେ ସାଗରଙ୍କ ପରିବାର ବର୍ଗ ଓ ଗ୍ରାମବାସୀ ଆତ୍ମହତ୍ୟା ଘଟଣାକୁ ଅସ୍ବୀକାର କରିବା ସହ ତାଙ୍କୁ କୌଣସି କାରଣରୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ମୃତଦେହ ଫେରାଇ ଆଣିବା ପାଇଁ ମଧ୍ୟ ଦାବି କରିଛନ୍ତି ।
ଇଏ ତ ଭାତହାଣ୍ଡିରୁ ଗୋଟିଏ। ନିରନ୍ତର ବିକାଶର ବାଜା ବଜାଉଛନ୍ତି 23 ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାର। କିନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ତ ଦାଦନ ଏନ୍ତୁଡ଼ିଶାଳ। ତେଣୁ ନବୀନ ବାବୁ ହୁଅନ୍ତୁ କି ଗୁମାସ୍ତା ଅର୍ଥାତ୍ ସରକାରରେ ନମ୍ବର-୨ । ଯିଏ ପାହାନ୍ତାରୁ ପ୍ରେସମିଟ କରି ଓଡ଼ିଶାର ରୋଜୀ ପିକଚର୍ ଥୁଅନ୍ତି ସେହି ନ ହେଲେ ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ ।ମୋଟାମୋଟି ଏତିକି କହିହେବ ମିଛରେ ଶାସକ ଦେଖାଏ ଦରଦ ସହାନୁଭୂତି ନ ଥାଏ.. ହାଏ କି କଷଣ ଦାଦନ ଜୀବନ, ଭୋଗୁଅଛି ଯିଏ-ଜାଣୁଅଛି ଏକା ସିଏ। ଭୋଟ୍ ଦେଇ ସବୁ ଚିନ୍ତା କରିଥିଲେ ଓଡ଼ିଶା ହୋଇବ ନବୀନ। ସୁଖ ବଦଳରେ ପ୍ରତିକ୍ଷଣେ ଏଠି ମିଳିଲା ଦୁଃଖର ସନ୍ଧାନ।
ଅଧିକ ପଢନ୍ତୁ ଓଡ଼ିଶା ଖବର