ଘର
ଭାରତ
ଡିସେମ୍ବର 4ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପାଳନ ହେବ ନୌସେନା ଦିବସ
ଡିସେମ୍ବର 4ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପାଳନ ହେବ ନୌସେନା ଦିବସ
by Swayangprajna Mishra
NEWS HIGHLIGHTS
- ଡିସେମ୍ବର 4ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପାଳନ ହେବ ନୌସେନା ଦିବସ
- ଗୋପାଳପୁର ବନ୍ଦରରେ ଲାଗିଲା ନୌସେନାର ଯୁଦ୍ଧ ଯାହାଡ ଆଇଏନଏସ କୁଠାର
- ପାରାଦୀପ ବନ୍ଦରରେ ଲଙ୍ଗର ପକାଇଲା ନୌସେନାର ଯୁଦ୍ଧ ଯାହାଜ ସତାପୁରା
- ନୌସେନା ଦିବସରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ଭାରତୀୟ ନୌସେନାର ହେବ ଶକ୍ତି ପ୍ରଦର୍ଶନ
- ଶତ୍ରୁକୁ ମାତ ଦେବା ପାଇଁ କେତେ ପ୍ରସ୍ତୁତ ନୌସେନା
ଅର୍ଗସ ବ୍ୟୁରୋ : ସାରା ବିଶ୍ବଦରବାରରେ ଭାରତୀୟ ନୌସେନାର ପରାକାଷ୍ଠାକୁ ପ୍ରଦର୍ଶିତ କରିବା ପାଇଁ ଡିସେମ୍ବର 4 ତାରିଖରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପାଳନ ହେବାକୁ ଯାଉଛି ନାଭାଲ ଡେ ବା ନୌସେନା ଦିବସ । ଯେଉଁ କାର୍ଯ୍ୟକ୍ରମରେ ଯୋଗ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ । 25ଟି ଯୁଦ୍ଧ ଯାହାଜ ଏବଂ 40ଟି ଏୟାରକ୍ରାଫ୍ଟ ସେମାନଙ୍କ କଳା କୌଶଳ ପ୍ରଦର୍ଶନ କରିବେ । ତେବେ ଏହା ପୂର୍ବରୁ ଗୋପାଳପୁର ବନ୍ଦରରେ ଲାଗିଛି ନୌସେନାର ଯୁଦ୍ଧ ଜାହାଜ ଆଇ ଏନ ଏସ କୁଠାର । ନୌସେନା ସପ୍ତାହ ପାଳନ ଅବସରରେ ବିଶାଖାପାଟଣା ରୁ ଗୋପାଳପୁର ବନ୍ଦର ଆସିଛି ଏହି ଯୁଦ୍ଧ ଜାହାଜ । ଯାହାକୁ ଦେଖିବାକୁ ଲାଗିଥିଲା ଲୋକଙ୍କ ପ୍ରବଳ ଭିଡ । ଜାହାଜର ଯୁଦ୍ଧ କ୍ଷମତା ଓ ଶକ୍ତି ବିଷୟରେ ଦର୍ଶକମାନେ ଗାଇଡଙ୍କ ଠାରୁ ପଚାରି ବୁଝିଥିଲେ । ପୁରୀରେ ଆୟୋଜିତ ହେବାକୁ ଥିବା ନୌସେନା ଦିବସରେ ସାମିଲ ହେବ ଏହି ଯୁଦ୍ଧ ଯାହାଜ ।
ଆଇଏନଏସ କୁଠାର-ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଯୁଦ୍ଧ ଜାହାଜଟି ୧୯୯୦ ମସିହା ଜୁନ ୭ ତାରିଖରେ ଭାରତୀୟ ନୌସେନାରେ ନିୟୋଜିତ ହୋଇଥିଲା । ଯାହାର କ୍ଷମତା ୧୪୦୦ ଟନ । ଏହାର ଦର୍ଘ୍ୟ 91 ମିଟର । 12ଜଣ ଅଫିସର ଏବଂ 120ଜଣ ନାବିକଙ୍କ ଦ୍ବାରା ଜାହାଜଟି ପରିଚାଳିତ । ଅସ୍ତ୍ରଶସ୍ତ୍ର ଓ ସେନ୍ସରରେ ସଜିତ ହୋଇ ରହିଛି ଏହି ଯୁଦ୍ଧ ଜାହାଜ । ସରଫେସ ଟୁ ସରଫେସ ମିସାଇଲ, ଚାଫ ଲଂଚର, ମିଡିୟମ ଏବଂ କ୍ଲୋଜ ରେଞ୍ଜ ବନ୍ଧୁକ ଏଥିରେ ଅନ୍ତର୍ଭୁକ୍ତ । ଚେତକ ବିମାନ ଚଳାଇବାରେ ମଧ୍ୟ ସକ୍ଷମ ଏହି ଜାହାଜ । ଉପକୂଳ ତଥା ଅଫଶୋର ପାଟ୍ରୋଲିଂ, ସମୁଦ୍ର ତଦାରଖ ଏବଂ ସାଗର ଲାଇନ୍ ଅଫ୍ କମ୍ୟୁନିକେସନ୍, ଆତଙ୍କବାଦ ବିରୋଧୀ କାର୍ଯ୍ୟ ତୁଲାଇବାରେ ସକ୍ଷମ ଏହି ଜାହାଜ । ପାରାଦ୍ବୀପ ବନ୍ଦରରେ ଭାରତୀୟ ନୌ ସେନାର ଯୁଦ୍ଧ ଜାହାଜ ସତାପୁର ଲଙ୍ଗର ପକାଇଛି । ଏହି ଜାହାଜକୁ ଦେଖିବାକୁ ଛାତ୍ରଛାତ୍ରୀ ନିମନ୍ତେ ଖୋଲା ରହିଥିଲା । ଏହି ଜାହାଜର ଯୁଦ୍ଧ କ୍ଷମତା ଓ ଶକ୍ତି ବିଷୟରେ ଗାଇଡ୍ଙ୍କଠାରୁ ସମସ୍ତ ବିଷୟ ପଚାରି ବୁଝିଥିଲେ ଛାତ୍ରଛାତ୍ରୀ ।
ପୁରୀରେ ନୌସେନା ଦିବସ ଅବସରରେ ଦର୍ଶକ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ବ ଦେଇଛି ପୋଲିସ ପ୍ରଶାସନ। ଡିସେମ୍ବର 4 ତାରିଖକୁ ନୌସେନା ଦି୍ବସ ଭାବେ ପାଳନ କରିବା ପଛର ରହସ୍ୟ ହେଲା, 1971 ମସିହା ଏହି ଦିନରେ ଅପରେସନ ଟ୍ରାଇଡେଣ୍ଟରେ ଭାରତୀୟ ନୌସେନା ପାକିସ୍ତାନର 4ଟି ଭେସଲକୁ ବୁଡାଇଦେଇଥିଲା । ଏହା ଭିତରେ ଥିଲା ପିଏନଏସ ଖାଇବାର । ପାକିସ୍ତାନ ନୌସେନାକୁ ପରାସ୍ତ କରିଥିଲା ଭାରତୀୟ ନୌସେନା ।