ଏନବିଏ, ରିପବ୍ଲିକ ଟିଭିର ବର୍ତ୍ତମାନ ପ୍ରଭାବକୁ ଦେଖି ଆଇବିଏଫ ସଦସ୍ୟତାରୁ ନିଲମ୍ବନ କରିବା ପାଇଁ ଦାବି କରିଛି। ଏନବିଏ କହିଛି ଯେ, ଏହି ସବୁ ମେସେଜକୁ ଦେଖିଲା ପରେ ଜଣା ପଡୁଛି ଯେ, ରିପବ୍ଲିକ ଟିଭି ଭୁଲ ପ୍ରକ୍ରିୟାରେ କରିଥିବା କାମ ଦ୍ଵାରା କିଛି ମାସ ହେବ ରେଟିଙ୍ଗରେ ବୃଦ୍ଧି କରାଯାଇ ଅଧିକ ଦର୍ଶକଙ୍କ ସଂଖ୍ୟା ଦେଖାଯାଇଛି ଏବଂ ଅନ୍ୟ ଚ୍ୟାନେଲର ରେଟିଙ୍ଗକୁ ହ୍ରାସ କରାଯାଇଛି।
ଏନବିଏ କହିଛି ଏହି ହ୍ଵାଟସାପ ମେସେଜ ନା କେବଳ ରେଟିଙ୍କ ହେରଫେର କରିଛି, ବରଂ ମେସେଜରେ କେନ୍ଦ୍ର ସରକାରରେ ସଚିବଙ୍କ ନିଯୁକ୍ତି, କ୍ୟାବିନେଟରେ ଅଦଳ ବଦଳ, ପିଏମଓଙ୍କ ସହ ସମ୍ପର୍କ ଏବଂ ସୂଚନା ମନ୍ତ୍ରଣାଳୟ ପର୍ଯ୍ୟନ୍ତ ଆଲୋଚନା ହୋଇଛି। ଏହା ସ୍ଵରା ଏନିବିଏ ତରଫରୁ ଲଗାଯାଇଥିବା 4ବର୍ଷର ଆରୋପ ସ୍ପଷ୍ଟ ହେଉଛିଯେ ଜଣେ ଅଣ ଏନବିଏ ସଦସ୍ୟ ବ୍ରଡକାଷ୍ଟର ବାର୍କ୍ର ଶୀର୍ଷ ପରିଚାଳନା ସହିତ ରେଟିଙ୍ଗର ହେରଫେର କରୁଛନ୍ତି।
ରିପବ୍ଲିକ୍ ଟିଭିକୁ ଇଣ୍ଡିଆନ୍ ବ୍ରୋଡକାଷ୍ଟିଂ ଫାଉଣ୍ଡେସନ୍ (ଆଇବିଏଫ୍) ର ସଦସ୍ୟତାରୁ ନିଲମ୍ବନ କରିବାକୁ ଏନବିଏ ଦାବି କରିଛି ଏବଂ ରେଟିଙ୍ଗ ହେରଫେର ମାମଲା କୋର୍ଟରେ ବିଚାରାଧୀନ ନହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି କହିଛି। ଏନବିଏ କହିଛି ଯେ, ରିପବ୍ଲିକ୍ ଟିଭିର ହେରଫେର ପ୍ରସାରଣ ଶିଳ୍ପର ସୁନାମକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଛି ଏବଂ ଚୂଡ଼ାନ୍ତ କୋର୍ଟର ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହି ଶିଳ୍ପକୁ BARC ରେଟିଂ ସିଷ୍ଟମରୁ ବାଦ ଦେବା ପାଇଁ ଦାବି କରିଛି।