୩୦ ମାସର ଖେଳ ସରିଯାଇଛି। କ୍ଷମତା ଲୋଭରେ ଅନ୍ଧ ହୋଇ ମୂଳ ହିନ୍ଦୁତ୍ବ ଆଭିମୁଖ୍ୟରୁ ଓହରୀ ଯାଇଥିଲା ଶିବସନା। ଆଉ ନିଜର ପାରମ୍ପରିକ ବିରୋଧୀ କଂଗ୍ରେସର ସମ୍ପ୍ରଦାୟିକ କାର୍ଡ ଖେଳିଥିଲା। ହେଲେ ଏ ବେଇମାନି ବେଶିଦିନ ତିଷ୍ଠିଲାନି।
ଶେଷରେ ସବୁ ଅଙ୍କ ଓଲଟ ପାଲଟ ହୋଇଯାଇଛି। ମହାଅଘାଡି ମେଣ୍ଟ ଗଠନ କରି ସରକାର କରିଥିବା ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ଏବେ କ୍ଷମତାଚ୍ୟୁତ, ଅଲୋଡା।
ଏକନାଥ ସିନ୍ଦେ ରାଜ୍ୟର ଅଗାମୀ ମୁଖ୍ୟମନ୍ତ୍ରୀ ହେଉଥିବା ବେଳେ ବିଜେପି ସମର୍ଥନରେ ସରକାର ହେବ। ଆଉ ବିରୋଧୀ ଦଳ ଭିତରୁ ସବୁଠାରୁ ଅଧିକ ସଂଖ୍ୟକ ଆସନ ହାତେଇଥିବା ଏସସିପି ହିଁ, ବିରୋଧି ଦଳ ଭାବେ ନିଜ କାର୍ଯ୍ୟ ନିଷ୍ପାଦନ କରିବ। ଯଦି ଏହି କଥା ସତ ହୁଏ ତେବେ, ଶରଦ ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାର ହିଁ ବିରୋଧୀ ଦଳ ନେତା ହେବେ। ଏମିତି ହେଲେ କ୍ଷମତା ଲୋଭି କଂଗ୍ରେସ ଓ ଶିବସେନା ଚିନ୍ତାରେ ପଡିବେ। ଆଉ ଉଦ୍ଧବଙ୍କ ସ୍ଥିତି କ’ଣ ହେବ ତାକୁ ନେଇ ଲାଗି ରହିଛି ସସପେନ୍ସ।