ନୂଆଦିଲ୍ଲୀ: ଆମେରିକା ଲଗାତାର ଭାବେ ଦ୍ୱିତୀୟ ଥରପାଇଁ ଇରାନ୍ ଉପରେ ଆକ୍ରମଣ କରିଛି । ଉତ୍ତରୀ ବଗଦାଦରେ ତାଜି ରୋଡ ନିକଟରେ ଆଜି ଅର୍ଥାତ ଶନିବାର ସକାଳେ ଏହି ଏୟାର ଷ୍ଟ୍ରାଇକ୍ରେ 6ଜଣଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରମଣ ପୂର୍ବରୁ ଶୁକ୍ରବାର ଦିନ ବାଗଦାଦର ଏୟାରପୋର୍ଟରେ ଆମେରିକା ଏୟାର ଷ୍ଟ୍ରାଇକ୍ କରି ଜେନେରାଲ କାସିମ୍ ସୁଲେମାନିଙ୍କୁ ନିହତ କରିଥିଲା ।
ଇରାନ୍ର ସରକାରୀ ଅଧିକାରୀମାନଙ୍କ କହିବାନୁଯାୟୀ, ଏୟାର ପୋର୍ଟରେ ଥିବା ଦୁଇଟି କାର୍ ଉପରେ ଆକ୍ରମଣ କରାଯାଇଥିଲା ଯେଉଁଥିରେ ଇରାନ୍ର ବାହାଦୁର ଫାଇଟର ଥିଲେ । ଅଧିକାରୀଙ୍କ କହିବା କଥା ଯେ, ଏହି ଆକ୍ରମଣରେ ହଶଦ-ଅଲ-ସାବୀ ର 6 ଫାଇଟର ମୃତ୍ୟୁବରଣ କରିଛନ୍ତି । ସୁଚନାନୁସାରେ ଆମେରିକା ଏହି ଆକ୍ରମଣରେ ଇରାନ୍ର ହଶଦ-ଅଲ-ସାବିର କମାଣ୍ଡରର କାଫିଲଙ୍କୁ ଟାର୍ଗେଟ କରିଥିଲା ।
ଏପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜେନେରାଲ କାସିମ୍ ସୁଲମାନିଙ୍କୁ ମାରିବାର ନିଷ୍ପତ୍ତି କେବଳ ଇରାନ୍ ଓ ଆମେରିକା ମଧ୍ୟରେ ଚାଲିଥିବା ସମ୍ଭାବିତ ଯୁଦ୍ଧକୁ ବନ୍ଦ କରିବାକୁ ଥିଲା । ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଆମେରିକା ସେନାର ଆକ୍ରମଣରେ ବିଶ୍ୱର ଏକ ନମ୍ବର ଆତଙ୍କୀ ଜେନେରାଲ ସୁଲେମାନିର ମୃତ୍ୟ ହୋଇଛି । ଏହି ଆତଙ୍କୀର ମୃତ୍ୟୁ ସହିତ ଅଞ୍ଚଳରେ ଆତଙ୍କର ରାଜ୍ ଶେଷ ହୋଇଛି ବୋଲି ଟ୍ରମ୍ପ କହିଛନ୍ତି ।
ଆମେରିକାର ଏହି ଆକ୍ରମଣରେ ଜଣେ ଇରାନି ଜେନେରାଲର ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ମଧ୍ୟନଜରରେ ରଖି ପଶ୍ଚିମ ଏସିଆରେ ଆମେରିକା ତିନି ହଜାର ସୈନିକ ପଠାଇଛି । ତେବେ ଏହି ସୂଚନା ପ୍ରତିରକ୍ଷା ଅଧିକାରୀ ଦେଇଛନ୍ତି ।
