ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ନୀତୀଶ
ଲାଲୁଙ୍କ ହାତ ଛାଡ଼ି NDAରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର । ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେଇଛନ୍ତି ଇସ୍ତଫାପତ୍ର । ଇଣ୍ଡି ମେଣ୍ଟରୁ ଅଲଗା ହୋଇ NDA ସହ ସରକାର ଗଠନ କରିବେ ନୀତୀଶ କୁମାର । ରାଜଭବନରୁ ବାହାରି ନୀତୀଶ କହିଛନ୍ତି, ସରକାର ଭଙ୍ଗ ପାଇଁ ପ୍ରସ୍ତାବ ଦେଇସାରିଛି । ଦଳର ନିଷ୍ପତ୍ତି ପରେ ମୁଁ ଇସ୍ତଫା ପତ୍ର ଦେଇଛି । ମେଣ୍ଟରେ କୌଣସି କାମ ହେଉନଥିଲା ।
ଇସ୍ତଫା ପରେ ନୀତୀଶଙ୍କ ପ୍ରତିକ୍ରିୟା, ଆମେ ନୂଆ ମେଣ୍ଟ ସହ ସରକାର ଗଢିବୁ
ନୂଆ ମେଣ୍ଟରେ ଆମେ ସରକାର ଗଠନ କରିବୁ ବୋଲି କହିଛନ୍ତି ନୀତୀଶ । ସେହିପରି ପାଟନାରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜେଡିୟୁକୁ ସମର୍ଥନ ନେଇ ନିଷ୍ପତ୍ତି ହୋଇଛି । ସମ୍ରାଟ ଚୌଧୁରୀ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ବିଜୟ ସିହ୍ନା ହୋଇଛନ୍ତି ବିଜେପି ବିଧାୟକ ଦଳ ଉପନେତା । ବିଜେପିରୁ ୨ ଉପମୁଖ୍ୟମନ୍ତ୍ରୀ ହେବା ନେଇ ସୂଚନା ଦିଆଯାଇଛି ।