ସୂଚନାନୁସାରେ, ଜାମ୍ମୁ-କାଶ୍ମୀର ପ୍ରଶାସନ ରବିବାର ଏକ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିରେ ପାସପୋର୍ଟ ଆବେଦନ ସମ୍ପର୍କରେ ଉଲ୍ଲେଖ କରାଯାଇଛି।
ଯେକୌଣସି ବ୍ୟକ୍ତି ପାସପୋର୍ଟ ପାଇଁ ଆବେଦନ କରିବା ପରେ ସେହି ବ୍ୟକ୍ତି ପଥର ଫିଙ୍ଗିବା, କୌଣସି ପ୍ରକାର ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି କି ନାହିଁ ତାହାର ଯାଞ୍ଚ କରାଯିବ। ପରେ ପାସପୋର୍ଟକୁ ମଞ୍ଜୁରୀ ମିଳିବ ବୋଲି କୁହାଯାଇଛି ।
ଏହି ସର୍କୁଲାରରେ ଏହା ମଧ୍ୟ କୁହାଯାଇଛି ଯେ, ଏଭଳି ବ୍ୟକ୍ତିଙ୍କ ଚିହ୍ନଟ ସମ୍ପର୍କରେ ପୋଲିସ ପାଖରୁ ମଧ୍ୟ ରିପୋର୍ଟ ନିଆଯାଉ। ଏହା ବ୍ୟତୀତ ସୁରକ୍ଷା ଏଜେନ୍ସି ଓ ପୋଲିସ ପାଖରେ ଏଭଳି ଲୋକଙ୍କ ସିସିଟିଭି ଫୁଟେଜ୍, ଫଟୋ, ଭିଡିଓ, ଅଡିଓ ଜରିଆରେ ନେଇଥିବା ଫଟୋ ରହିଥାଏ,ତାଙ୍କର ମଧ୍ୟ ସାହାଯ୍ୟ ନିଆଯିବ।