ଅର୍ଗସ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ଼୍ଡ ଟ୍ରମ୍ପଙ୍କ ଉପରେ ଆଉ ଏକ ଆପରାଧିକ ମାମଲା ରୁଜୁ କରାଯାଇଛି । 2021 ମସିହାରେ ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ କ୍ଲାସିଫାଏଡ ଡକ୍ୟୁମେଣ୍ଟ ଘରକୁ ନେଇ ଯିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତାଙ୍କ ବିରାଧରେ ସାତୋଟି ଅଭିଯୋଗ କରାଯାଇଛି । ଆଗାମୀ 13 ତାରିଖ ତିନ ମିଆମୀର ଫେଡେରାଲ କୋର୍ଟରେ ତାଙ୍କୁ ଅପରାହ୍ନ 3ଟାରେ ହାଜର ହେବାକୁ କୁହାଯାଇଛି ।
ଏହା ପୂର୍ବରୁ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ଏକ ପର୍ନ ଷ୍ଟାରଙ୍କୁ ଅର୍ଥ ଦେଇ ଚୁପ କରାଇବା ମାମଲାରେ କ୍ରିମିନାଲ କେସ ରୁଜୁ ହୋଇଥିଲା । ଏହି ମାମଲାରେ ତାଙ୍କ ବିରୋଧରେ 34 ଟି ଅଭିଯୋଗ ଲଗାଯାଇଥିଲା । ହେଲେ ଏବେ ଫେଡେରାଲ କୋର୍ଟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରି ନାହାନ୍ତି ଯେ ଟ୍ରମ୍ପଙ୍କ ଉପରେ କେଉଁ କେଉଁ ଅଭିଯୋଗ ନିର୍ଦ୍ଧାରିତ କରାଯାଇଛି।
ଅନ୍ୟ ପକ୍ଷରେ କ୍ଲାସିଫାଏଡ ଡକ୍ୟୁମେଣ୍ଟ ଗୁଡିକୁ ଘରକୁ ନେଇ ଯିବା ଅଭିଯୋଗକୁ ଟ୍ରମ୍ପ ଭିତ୍ତିହୀନ ବୋଲି କହିଛନ୍ତି । ଟ୍ରମ୍ପଙ୍କ ଓକିଲ ଜିମ ଟ୍ରଷ୍ଟି ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଗୁଇନ୍ଦା ଆକ୍ଟ ଅନୁଯାୟୀ ଅଭିଯୋଗ ଅଣାଯାଇଛି । ଏହା ବାଦ ତାଙ୍କ ବିରୋଧରେ ଷଡଯନ୍ତ୍ର କରିବା, ମିଥ୍ୟା ବକ୍ତବ୍ୟ ପ୍ରଦାନ କରିବା, ନ୍ୟାୟରେ ବାଧା ସୃଷ୍ଟି କରିବା, ରେକର୍ଡକୁ ଡିଷ୍ଟଟ୍ରାକ କରିବା ଓ ମିଥ୍ୟା ଡକ୍ୟୁମେଣ୍ଟ ତିଆରି କରିବା ଆଦି ଅଭିଯୋଗ ମଧ୍ୟ ଅଣା ଯାଇଛି ।
ଏହା ପୂର୍ବରୁ ବୁଧବାର ଟ୍ରମ୍ପଙ୍କ ଓକିଲଙ୍କୁ ସୂଚନା ଦିଆଯାଇଥିଲା ଯେ ସେ ସିକ୍ରେଟ ଫାଇଲ ଗୁଡିକୁ ଘରକୁ ନେଇ ଯିବା ମାମଲାରେ ସେ ଯାଞ୍ଚର କେନ୍ଦ୍ର ବିନ୍ଦୁରେ ଅଛନ୍ତି । କିଛି ଦିନ ପୂର୍ବରୁ ଟ୍ରମ୍ପଙ୍କ ଓକିଲ ମାନେ କେସ ବିଷୟରେ ଆଲୋଚନା କରିବାକୁ ଜଷ୍ଟିସ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କୁ ଭେଟିଥିଲେ ।
ତେବେ ଏହି ମାମଲାରେ ପ୍ରଥମ ଥର ପାଇଁ ଟ୍ରମ୍ପ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ କହିଛନ୍ତି ଯେ ମୁଁ ନିର୍ଦୋଷ। ମୋ ବିରୁଦ୍ଧରେ ମାମଲା ରୁଜୁ ହେବା ନେଇ ସୂଚନା ମୋତେ ଜଷ୍ଟିସ ଡିପାର୍ଟମେଣ୍ଟରୁ ମିଳିଲା । ବାଉଡେନଙ୍କ ଦୁର୍ନୀତିଗ୍ରସ୍ତ ସରକାର ମୋ ଓକିଲ ମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ 2021 ମସିହାରେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ନିର୍ବାଚନ ହାରି ଯାଇଥିଲେ । ତାଙ୍କ ବିରୁଦ୍ଧରେ ଅଭିଯୋଗ ଅଣାଯାଇଥିଲା ଯେ ହ୍ୱାଇଟ ହାଉସରୁ ଅନେକ କ୍ଲାସିଫାଏଡ ଡକ୍ୟୁମେଣ୍ଟକୁ ସେ ଫ୍ଲୋରିଡା ସ୍ଥିତ ତାଙ୍କର ଘରକୁ ସେ ନେଇଯାଇଥିଲେ ।
ଅଧିକ ପଢ଼ନ୍ତୁ ବିଦେଶ ଖବର