ଝାଡ଼ଖଣ୍ଡ: ପୁଣି ମାଓବାଦୀଙ୍କ ଆକ୍ରମଣରେ 11 ଯବାନ ଗୁରୁତର । ଝାଡ଼ଖଣ୍ଡ ସରାଇକେଲାର ଅନ୍ତର୍ଗତ କୁଚାଇରେ ମାଓବାଦୀମାନେ ଯବାନଙ୍କୁ ଆକ୍ରମଣ ଉଦ୍ଦେଶ୍ୟରେ ତାଙ୍କ ଯିବା ରାସ୍ତାରେ ଆଇଇଡି ବିଛାଇଥିଲେ । ଏହି ଆଇଇଡି ବ୍ଲାଷ୍ଟରେ 11 ଜଣ ଯବାନ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚିକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ସେଥିମଧ୍ୟରୁ ତିନି ଜଣ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।
ଆଜି ଭୋର ପ୍ରାୟ ୪ଟା ୫୦ ସମୟରେ ଝାଡ଼ଖଣ୍ଡ ପୋଲିସ ଓ ୨୦୯ର କୋବ୍ରା ବାଟାଲିୟନ୍ର ଯବାନମାନେ ମିଳିତ ଭାବେ ସ୍ପେଶାଲ ଅପରେସନ୍ରେ ବାହାରିଥିଲେ । ସେମାନଙ୍କ ଯିବା ରାସ୍ତାରେ ସରାଇକେଲାର କୁଚାଇ ନିକଟରେ ମାଓବାଦୀମାନେ ପୂର୍ବରୁ ଆଇଇଡି ଖଞ୍ଜିଥିଲେ । ଯବାନଙ୍କ ଗାଡ଼ି ସେହି ରାସ୍ତା ଦେଇ ଗଲାବେଳେ ଆଇଇଡି ବିସ୍ଫୋରଣ ଘଟିଥିଲା । ଫଳରେ କୋବ୍ରାବାଟାଲିୟନ୍ର ୮ ଓ ୩ ଜଣ ପୋଲିସ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ହଠାତ୍ ସେଠାରେ ପୂର୍ବରୁ ଥିବା ମାଓବାଦୀ ଗୁଳି ବର୍ଷା ମଧ୍ୟ କରିଥିଲେ । ତେବେ ଘଟଣା ପରେ ସଂପୃକ୍ତ ଅଂଚଳକୁ ଘେରା ବନ୍ଦୀ କରାଯାଇଛି । ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍କୁ ଜୋର୍ଦାରା କରାଯାଉଛି ।Jharkhand: An IED exploded at 4:53 am today in Kuchai area of Saraikella on the troops of 209 CoBRA and Jharkhand police who were out on special operations. 8 CoBRA personnel & 3 Jharkhand police personnel injured. The injured jawans have been brought to a hospital in Ranchi. pic.twitter.com/rO31QkbAXc
— ANI (@ANI) May 28, 2019
ଅର୍ଗସ ବ୍ୟୁରୋ : କେବଳ ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର ବିଜ୍ଞାପନ ମାଧ୍ୟମରେ ପ୍ରଚାର ପ୍ରସାରରେ ମାତିଛି କିନ୍ତୁ ଅପରପକ୍ଷେ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳାସଶକ୍ତିକରଣ ନାରେ ହରିଲୁଟ୍ ହେଉଛି ।‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ସ୍ଥାୟୀ ସମାଧାନ କରନ୍ତୁ ।ମୁଖ୍ୟମନ୍ତ୍ରୀ ନବୀନ ବାବୁ ଭୁବନେଶ୍ୱରେ ଅଳିଆ ପାହାଡ ଛିଡା କରାଇଛନ୍ତି । ନବୀନ ଶାସନ ଓ ଅଳିଆ ଗନ୍ଧରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ସାରା ସହର ଗନ୍ଧମୟ । ଜିଲ୍ଲା ବିଜେପି ଏହା କୁ ନେଇ ବିଗତ ଦଶ ଦିନ ଧରି ସତ୍ୟାଗ୍ରହ କରି ଆସୁଛି ଯାହାକୁ ଭୁବନେଶ୍ୱର ବାସୀଙ୍କ ବିପୁଳ ସମର୍ଥନ ଦେଖିବାକୁ ମିଳୁଛି।ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଜିଲ୍ଲା ବିଜେପି ତରଫରୁ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଏବଂ ଏହି ଆନ୍ଦୋଳନ ପ୍ରତି ମୁଁ ଜଣେ ଭୁବନେଶ୍ୱର ବାସିନ୍ଦା ହିସାବରେ ପୂର୍ଣ୍ଣ ସମର୍ତନ ରହିଛି ବୋଲି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ।ଦୀର୍ଘଦିନର ବିଜେଡି ସରକାର ସାଧାରଣ ଲୋକଙ୍କ ଦୁଃଖର କାରଣ ସାଜିଛି । ରାଜ୍ୟ ସରକାର ଏହି ‘ଡମ୍ପିଂ ୟାର୍ଡ’ ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଏହି ସତ୍ୟାଗ୍ରହକୁ ଜାରି ରଖିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱରର ଲୋକେ ଭୋଟ ଓ ଟିକସ ଦେଇ ରୋଗକୁ ଉପାହାରରେ ପାଉଛନ୍ତି । ଟିକସ ନେଇ ନିଜ ଦାୟୀତ୍ୱ ଭୁଲି ଯାଉଛି ବିଏମସି । ସ୍ମାର୍ଟସିଟି ଭୁବନେଶ୍ୱରର ସ୍ୱଚ୍ଛତା ରକ୍ଷା ପାଇଁ ରାଜ୍ୟ ସରକାର, ମେୟର, କମିଶନର, ବିଭାଗୀୟ ଅଧିକାରୀ, ବିଏମସି କର୍ତୃପକ୍ଷ ମିଳିତ ଭାବେ ଦାୟୀତ୍ୱ ନିଅନ୍ତୁ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଦାବି କରିଛନ୍ତି । ଏହି ଦୁର୍ଗନ୍ଧ ପରିବେଶ ପାଇଁ ଭୁବନେଶ୍ୱରବାସିନ୍ଦାଙ୍କ ଦୁଃଖ ଓ ଧର୍ଯ୍ୟର ସୀମାକୁ ରାଜ୍ୟ ସରକାର ପରୀକ୍ଷା ନକରି ଏହାର ସୁବ୍ୟବସ୍ଥା କରନ୍ତୁ ।ଭୁବନେଶ୍ଵରକୁ ଆବର୍ଜନା ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବାରେ ବିଜୁ ଜନତା ଦଳ ୧ ନମ୍ବର। ବିଜୁ ଜନତା ଦଳର ବିଧାୟକ ମାନେ ଓ ମେୟର ନୈତିକତା ଦୃଷ୍ଟିରୁ ରାଜଧାନୀ ବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ସ୍ଥାନୀୟ ଅଞ୍ଚଳରେ ଏଥିପାଇଁ ରୋଗରେ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ।ରାଜଧାନୀ ଭୁବନେଶ୍ୱରବାସିନ୍ଦାଙ୍କୁ ‘ସୁରକ୍ଷିତ ସ୍ୱାସ୍ଥ୍ୟ ଏବଂ ସନ୍ତୁଳିତ ପରିବେଶ’ ପ୍ରଦାନ କରିବାକୁ ବିଜେପି ପ୍ରତିଶୃତିବଦ୍ଧ । ଏଥି ସହ ‘ସବୁଜ ଭୁବନେଶ୍ୱର ଗଠନ’ ଭାରତୀୟ ଜନତା ପାର୍ଟିର ପ୍ରାଥମିକତା।ଅଳିଆ ପାହାଡ଼ କରି ଦାୟିତ୍ବ ନନେଲେ ଭୁବନେଶ୍ୱର ବାସୀ ସେ ଦାୟିତ୍ବ ନେବାକୁ ପସ୍ତୁତ ତେଣୁ ମେୟର ମହୋଦୟ ଙ୍କୁ ବିନମ୍ବର ଅନୁରୋଧ ସେ ଦାୟିତ୍ବ ଛାଡ଼ିଦିଅନ୍ତୁ ବୋଲି ଶ୍ରୀ ସିଂ କହିଛନ୍ତି।
ସହର ସାରା ଗନ୍ଧେଇଲାଣି। ରାଜଧାନୀ ବାସୀ ଅଣନିଶ୍ୱାସି ହେଲେଣି। ଭୁବନେଶ୍ୱର ର ତିନି ଜଣ ବିଧାୟକ ଓ ମେୟର ମହାଶୟା କୁଆଡେ଼ ଗଲେ? ବିଜେଡ଼ି କୁ ଭୋଟ୍ ଦେଇ କଣ ଲୋକେ ଭୁଲ କଲେ? ଏଭଳୀ ଏକ ଘଡ଼ି ସନ୍ଧି ସମୟରେ ଶାସନରେ ଥିବା ଲୋକ ପ୍ରତିନିଧି ଦାୟିତ୍ବ ନନେବା ଦୁର୍ଭାଗ୍ୟ ଜନକ। ମୁଖ୍ୟମନ୍ତ୍ରୀ ମାତ୍ର ଆଠ କିମି ଦୂରରେ ରହୁଛନ୍ତି କିନ୍ତୁ ସେ ମଧ୍ୟ ନୀରବ। ଏହା ପ୍ରମାଣ କରୁଛି ଏଠି ଶାସନ ବ୍ୟବସ୍ଥା ଭୁସୁଡୁଛି। ଦୟା କରି ସରକାର ଆଉ ଲୋକଙ୍କ ଧର୍ଯ୍ୟ ପରୀକ୍ଷା କରନ୍ତୁ ନାହିଁ। କାରଣ ଲୋକ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ। ସେଥି ପାଇଁ ପ୍ରଶାସନ ଦାୟୀ ରହିବ। ରାଜଧାନୀ ର ସମସ୍ୟାକୁ ସମାଧାନ କରିବାକୁ ସମର୍ଥ ନୁହନ୍ତି କିନ୍ତୁ ସାରା ଓଡ଼ିଶା ହେଲିକପ୍ଟର ରେ ବୁଲି ସହ ସହ କୋଟି ଲୋକଙ୍କ ଟଙ୍କା ଖର୍ଚ୍ଚ କରି ପ୍ରଚାର କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।
ବିଜୁ ଜନତା ଦଳ କେବଳ ରାଜନୀତି କରିବାରେ ବେସ୍ତ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ରେ ନୁହେଁ ,ଏହା ନୈତିକ ହିନ ରାଜନେତା ମାନଙ୍କ ଲକ୍ଷଣ। ସ୍ବଚ୍ଛତା ନାମରେ କୋଟି କୋଟି ଟଙ୍କା ଦୁର୍ନୀତି କରିବା ଓ ସାଧାରଣ ଲୋକଙ୍କ ଟଙ୍କା ଲୁଟି ଖାଇବା ବିଜୁ ଜନତା ଦଳର ଅଭ୍ୟାସ। ଏହି ଆନ୍ଦୋଳନ ଲୋକଙ୍କ ପାଇଁ ଚାଲିଛି ଓ ଆଗକୁ ମଧ୍ୟ ଏଭଳି ଚାଲିଥିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି। ଆଜିର ଏହି ସତ୍ୟାଗ୍ରହ ରେ ବିଜେପି ନେତା ପବିତ୍ର ଦାସ,ଠାକୁର ରଞ୍ଜିତ ଦାସ,ରାଜେନ୍ଦ୍ର ଦାସ, ସ୍ୱୟଂ ସେବକ ରାୟ, ପ୍ରଶାନ୍ତ ମହାନ୍ତି , ଲିପା ଦାସ, ମାନସୀ ରାୟ ପାଢ଼ୀ, ପ୍ରତୀକ୍ଷା ମହାପାତ୍ର, ନଗେନ ବିଶୋଇ , ଯଯାତୀ ବିଶ୍ଵାଳ ଙ୍କ ସହ ଜିଲ୍ଲା ର ସମସ୍ତ ନେତୃତ୍ବ ଉପସ୍ଥିତ ଥିଲେ।
ଅର୍ଗସ ବ୍ୟୁରୋ : ପ୍ରଥମେ କଥାବାର୍ତ୍ତା, ପରେ ପ୍ରେମ ଓ ତାପରେ ଶାରୀରିକ ସମ୍ପର୍କ । ଏବେ ଧୋକା ଦେଲା ପ୍ରେମିକ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ । ଦଶପଲ୍ଲା ଥାନା ଲେମ୍ବୁଗୋଛା ଗ୍ରାମର ବିଶ୍ୱନାଥ କହଁର ଶ୍ରମିକ ଭାବେ କାମ କରନ୍ତି । ବର୍ଷେ ତଳେ ଦୁଇ ଜଣଙ୍କ ଦେଖାସାକ୍ଷତ ହୋଇଥିଲା ୧୪ ବର୍ଷୀୟ ନାବାଳିକାର ସହ । ପ୍ରଥମ ଦେଖାରେ ବିଶ୍ୱନାଥ ତାଙ୍କୁ ପସନ୍ଦ କରିଥିଲେ । ମିଠା ମିଠା କଥା କହି ତାଙ୍କ ମନ କିଣି ଥିଲେ । ଆଉ ନାବାଳିକା ମଧ୍ୟ ବିଶ୍ୱନାଥଙ୍କ ପ୍ରେମକୁ ଗ୍ରହଣ କରିଥିଲେ । ତାପର ଦିନ ପ୍ରେମିକାକୁ ଧରି ଚମ୍ପଟ ମାରିଥିଲେ ବିଶ୍ୱନାଥ ।
ନାବାଳିକାକୁ ନେଇ ବିଶ୍ବନାଥ ବିବାହ ମଧ୍ୟ କରିଥିଲେ । ଆଉ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ପତି ପତ୍ନୀଙ୍କ ହୋଇ ଗୋଟିଏ ରୁମରେ ରହୁଥିଲେ । ଦୀର୍ଘ ଦଶମାସ ଧରି ଶାରୀରିକ ସମ୍ପର୍କ ରଖିଥିଲେ ବିଶ୍ବନାଥ । କଅଁଳ ବୟସରେ ହୋଇଥିବାରୁ ଝିଅଟି କିଛି ବୁଝି ପାରୁ ନଥିଲେ ମଧ୍ୟ ନିଜକୁ ଭାବି ସ୍ୱାମୀଙ୍କ ଆଗରେ ଉପସ୍ଥାପନ କରୁଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କିଛି ଦିନ ରହିବା ପରେ ବିଶ୍ବନାଥ ମନରେ ଘର କରୁଥିଲା ସନ୍ଦେହ । ଟିକେ ଟିକେ କଥାରେ କରୁଥିଲା ସନ୍ଦେହ । ଯାହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ସୃଷ୍ଟି ହୋଉଥିଲା ଝଗଡ଼ା । ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଉଥିଲା ଝଗଡ଼ା । ଆଉ ସମୟ ସୁବିଧା ନିଜ ପ୍ରେମିକାକୁ ଘରୁ ବାହାର କରିଦେଇ ଥିଲେ । ପ୍ରେମିକ ଠାରୁ ଧୋକା ପଇଲା ପରେ ଘରକୁ ଫେରିଥିଲେ ପ୍ରେମିକା ଆଉ ପରିବାର ଲୋକଙ୍କ ଆଗରେ ବଖାଣି ଥିଲେ ସେ କଲା ରାତିର କରୁଣ କାହାଣୀ । ଝିଅ ଠାରୁ ସବୁ କଥା ଶୁଣିଲା ପରେ ପରିବାର ଲୋକ ଏନେଇ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଧୋକା ବାଜ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।