ଓଡ଼ିଶା ର ଖାଦ୍ୟ ଏବେ ବିଶ୍ୱ ଦରବାରରେ ପାଇବ ନୂଆ ପରିଚୟ। ଖୁବ ଶୀଘ୍ର ୯ ଟି ଖାଦ୍ୟ ସାମଗ୍ରୀକୁ ମିଳିପାରେ ଜିଆଇ ଟ୍ୟାଗ । ମୟୁରଭଞ୍ଜର କାଇ ଚଟଣୀ,ଢେଙ୍କାନାଳର ମଗଜୀ ଲଡୁ,କେନ୍ଦ୍ରାପଡାର ରସାବଳୀ,ଗଜପତିର ଖଜୁରାଗୁଡ଼, କୋରାପୁଟର କଳାଜିରା ଚାଉଳ, ନୟାଗଡ଼ର କଂଟେଇମୁଣ୍ଡି ବାଇଗଣ, ଲାଞ୍ଜିଆ ସୌରା କଳା, ଡଙ୍ଗରିଆ କନ୍ଧ ବୁଣା ଶାଲ ଓ କଟକ ରୂପା ତାରକସୀକୁ ଜିଆଇ ଟ୍ୟାଗ ମିଳିବା ନେଇ ମୂଲ୍ୟାୟନ କରିଛନ୍ତି ଜି ଆଇ ବିଶେଷଜ୍ଞ ।ଜିଆଇ ଟ୍ୟାଗ ପାଇଁ ୯ ସାମଗ୍ରୀର ମୂଲ୍ୟାୟନ କରାଯାଇଛି । ଚେନ୍ନାଇରୁ ଏକ ୬ ଜଣିଆ ପ୍ରତିନିଧି ଆସି ଏହି ମୂଲ୍ୟାୟନ କରିଛନ୍ତି । ୯ଟି ସାମଗ୍ରୀ ମଧ୍ୟରେ ୪ଟି ଖାଦ୍ୟଜନିତ ସାମଗ୍ରୀ ରହିଥିବା ବେଳେ ଦୁଇଟି କୃଷିଜାତ ଏବଂ ତିନୋଟି ହସ୍ତତନ୍ତ ସାମଗ୍ରୀ ରହିଛି । ଉତ୍ପାଦନକାରୀ ନିଜ ସାମଗ୍ରୀର ବିସ୍ତୃତ ତଥ୍ୟ ଦେଇଥିବା ପରେ ଏହାର ଅନୁଧ୍ୟାନ କରିଛନ୍ତି ବିଶେଷଜ୍ଞ ଦଳ ।
ଅନ୍ୟପଟେ ୨୦୨୦ ରେ ଓଡ଼ିଶା ପ୍ରଯୁକ୍ତିବିଦ୍ୟା ବିଶ୍ଵବିଦ୍ୟାଳୟ ବା ଓୟୁଏଟି ଖାଦ୍ୟ ସାମଗ୍ରୀ ବର୍ଗରେ କାଈଚଟଣି ଓ ମଗଜି ଲଡୁ ନୟାଗଡ଼ର କଂଟେଇମୁଣ୍ଡି ବାଇଗଣ କୁ ନେଇ ତଥ୍ୟ ସଂଗ୍ରହ ସହ ପରୀକ୍ଷା କରିଥିଲେ । ଆଉ ଏହାକୁ ଜିଆଇ ମାନ୍ୟତାମାନେ ଆବେଦନ କରାଇଥିଲେ। ଏହି ତିନୋଟିର ତଥ୍ୟକୁ ନେଇ ବିଶେଷଜ୍ଞ ଦଳ ସନ୍ତୁଷ୍ଟ ରହିଛନ୍ତି। ତେଣୁ ଏହାର ପ୍ରକ୍ରିୟାକରଣକୁ ଆଗକୁ ବଢାଇଛନ୍ତି। ଆଗକୁ ଆଉ ଯାହା ତଥ୍ୟ ଆବଶ୍ୟକ ଆମେ ଦେବୁ। ଆଶା ରଖିଛୁ କି ଆମ ଗବେଷଣା କରିଥିବା ୩ ସାମଗ୍ରୀ ଜିଆଇ ମାନ୍ୟତା ପାଇବା ବୋଲି କହିଛନ୍ତି ଓୟୁଏଟି ପ୍ରଯୁକ୍ତିବିଦ୍ୟା ପରିଚାଳନା କମିଟି ର ଆବାହକ ଦୟାନିଧି ମିଶ୍ର। ଜିଆଇ ଟ୍ୟାଗ ମାନ୍ୟତା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ମାତ୍ର କେଇ ଦିନ ଭିତରେ ସ୍ପଷ୍ଟ ହୋଇଯିବ ଯେ ଓଡିଶାର କେଉଁ କେଉଁ ସାମଗ୍ରୀକୁ ମିଳିବ ଜିଆଇ ଟ୍ୟାଗ୍। ଏହା ଆମ ଖାଦ୍ୟର ସ୍ବତନ୍ତ୍ରତାକୁ ବିଶ୍ୱ ଦରବାରରେ ମାନବର୍ଦ୍ଧନ କରାଇବ।