ଆଉ ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ପ୍ରତିବର୍ଷ ରେକର୍ଡ ଭାଙ୍ଗୁଛି ଓଡ଼ିଶାକୁ ରେଳ ବୟବରାଦ। 2020-21ରେ ଏହା ବଢିଥିଲା 5296 କୋଟି ଟଙ୍କାକୁ । 2021-22ରେ ଏହା ପହଞ୍ଚିଥିଲା 6471 କୋଟିରେ। ଆଉ 2022-23ରେ ଓଡ଼ିଶାକୁ ରେଳ ବଜେଟରେ ବୟବରାଦ ପାର କରିଛି 10 ହଜାର କୋଟି। ପରିସ୍ଥିତି ଏପରି ହୋଇଛି ଯେ ଏକଦା କେନ୍ଦ୍ରକୁ କୋଷୁଥିବା ବିଜେଡି ସରକାରଙ୍କ ମୁହଁ ଏବେ ବନ୍ଦ।
ସେହିପରି ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ବି ଏନଡିଏ ସରକାରଙ୍କ ଅମଳରେ ଆସିଛି ଓଡ଼ିଶାକୁ ରେକର୍ଡ ଅନୁଦାନ। 1998ରେ କେନ୍ଦ୍ରରେ ଅଟଳବିହାରୀ ବାଜପେୟୀ ସରକାର ଆସିବା ପୂର୍ବରୁ ଓଡିଶାରେ ମୋଟ 1681 କି.ମି ଜାତୀୟ ରାଜପଥ ଥିଲା। ଅଟଳବିହାରୀଙ୍କ 6 ବର୍ଷର ଶାସନ କାଳରେ ଓଡ଼ିଶାକୁ ମଞ୍ଜିରୀ ମିଳିଥିଲା 1600 କିଲୋମିଟର ଜାତୀୟ ରାଜପଥ । 2004ରୁ 14 ଦଶ ବର୍ଷ ୟୁପିଏ ସରକାର ଅମଳରେ ଓଡ଼ିଶ ପାଇଁ 1358 କି.ମି ଜାତୀୟ ରାଜପଥ ମଞ୍ଜୁର ହୋଇଥିଲା ।
ଆଉ 2014ରେ ମୋଦି ସରକାର ଆସିବା ପରେ ଗତ 8 ବର୍ଷରେ ଓଡ଼ିଶାରେ 5897 କିଲୋମିଟର ଜାତୀୟ ରାଜପଥ ନିର୍ମାଣ ପାଇଁ ମିଳିଛି ମଞ୍ଜୁରୀ। ଏହା ସ୍ପଷ୍ଟ କରୁଛି ଓଡ଼ିଶାର ଭିତ୍ତିଭୂମି ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି ମୋଦି ସରକାର।
8 ବର୍ଷରେ ମୋଦି ସରକାରଙ୍କ ଟ୍ରାକ୍ ରେକର୍ଡ କହୁଛି ରେଳ ହେଉ କିମ୍ବା ରାଜପଥ ଓଡ଼ିଶାକୁ ମିଳିଛି ରେକର୍ଡ ଅନୁଦାନ। ଏହାପଛରେ ଏକ ବଡ଼ କାରଣ ହେଉଛି କେନ୍ଦ୍ରରେ ଓଡ଼ିଶାରୁ ଦୃଢ ନେତୃତ୍ବ। ଓଡ଼ିଶାକୁ କେନ୍ଦ୍ର ଅଧିକ ଫୋକସ ଦେବା ପଛରେ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ଯୋଗଦାନ। ଆଉ ରେଳମନ୍ତ୍ରୀ ଭାବେ ଓଡ଼ିଶାର ସାସଂଦ ଅଶ୍ବିନୀ ବୈଷ୍ଣବ ଥିବା ଯୋଗୁଁ ରେଳ ବଜେଟରେ ଓଡ଼ିଶାକୁ ଗୁରୁତ୍ବ ମିଳିବା ସ୍ବାଭାବିକ କଥା ।
ଓଡିଶା ଖବର ଆହୁରି ପଢନ୍ତୁ