ନକ୍ସଲ ହମ୍ଲାକୁ ଅମିତ ଶାହଙ୍କ ନିନ୍ଦା
ଏହି ଜିଲ୍ଲାରେ କମ୍ବିଂ ଅପରେସନ ଜୋରଦାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସୀମା ଅଞ୍ଚଳରେ ଚେକିଂ, ବ୍ଲକିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି।
ସେପଟେ ଛତିଶଗଡ଼ରେ ବଡଧରଣର ନକ୍ସଲ ହମ୍ଲାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିନ୍ଦା କରିଛନ୍ତି । ନକ୍ସଲ ନିପାତ ପାଇଁ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଶାହ । ଦାନ୍ତେୱାଡ଼ା ଅରଣପୁରରେ ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ନକ୍ସଲଙ୍କ IED ବିସ୍ଫୋରଣରେ ମୋଟ 11 ଯବାନ ସହିଦ ହୋଇଛନ୍ତି। ନକ୍ସଲ ବିରୋଧୀ ଅପରେସନ ଚାଲିଥିବାବେଳେ ବିସ୍ଫୋରଣ କରି ଯବାନଙ୍କ ଭ୍ୟାନ୍ ଉଡ଼ାଇଦେଇଛନ୍ତି ନକ୍ସଲ । ସହିଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ନକ୍ସଲଙ୍କ ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ଶାହ ପ୍ରତିଶ୍ରୁତି ଦେଇଛନ୍ତି ।