ଏହାର ପ୍ରଥମ ପର୍ଯ୍ୟାୟରେ ୧୨୦୦ ଯୁବା ଦେଶର ୨୨ଟି ରାଜ୍ୟ ଗସ୍ତ କରିଥିଲେ। ଏଥିରେ ଭାଗ ନେଇଥିବା ସମସ୍ତ ଯୁବାଙ୍କ ସ୍ମୃତିରେ ଏଭଳି କଥା ନେଇ ଫେରିଛନ୍ତି, ଯାହା ସାରା ଜୀବନ ପାଇଁ ସେମାନଙ୍କ ହୃଦୟରେ ରହିଥିବ।କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀ କହିଲେ, ଆଜିର ‘ମନ୍ କୀ ବାତ୍’ ସଂସ୍କରଣ ଦ୍ୱିତୀୟ ଶତକ ପରି ମନେହେଉଛି। ଗତ ଏପ୍ରିଲ୍ ମାସରେ ଏହାର ୧୦୦ତମ ସଂସ୍କରଣ ପ୍ରସାରିତ ହୋଇଥିଲା।
‘ମନ୍ କୀ ବାତ୍’ର ୧୦୦ତମ ସଂସ୍କରଣ ଶୁଣିବା ଲାଗି ବହୁସଂଖ୍ୟକ ଲୋକ ସମୟ ଦେଇଥିଲେ।ଏହି କାର୍ଯ୍ୟକ୍ରମର ସବୁଠୁ ବଡ଼ ସାମର୍ଥ୍ୟ ହେଉଛି ଆପଣମାନଙ୍କର ଅଂଶ ଗ୍ରହଣ।‘ମନ୍ କୀ ବାତ୍’ ପ୍ରତି ଲୋକମାନଙ୍କର ଶ୍ରଦ୍ଧା ଅଭୂତପୂର୍ବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ଓ ବିଦେଶରେ ଥିବା ଲୋକମାନେ ‘ମନ୍ କୀ ବାତ୍’ ସମ୍ପର୍କରେ ସେମାନଙ୍କର ମତାମତ ଦେଇଛନ୍ତି। ଅନେକ ଲୋକ ଗଠନମୂଳକ ବିଶ୍ଳେଷଣ ବି ଦେଇଛନ୍ତି।ଜଣେ ୧୦୦ ବର୍ଷୀୟ ବୃଦ୍ଧା ମାତୃତୁଲ୍ୟ ଆଶୀର୍ବାଦ ଦେଉଥିବା ଦୃଶ୍ୟ ହଜାର ହଜାର ମାଇଲ୍ ଦୂର ନିଉଜିଲାଣ୍ଡ୍ରୁ ଉତ୍ତୋଳିତ ଏକ ଭିଡିଓରେ ଦେଖିଛି।
ଅଧିକ ପଢ଼ନ୍ତୁ ଦେଶ ଖବର: