ବିଜେପି ଏହି ବକ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ଦେଇଛି । ବିଜେପିର ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ କଂଗ୍ରସ ସଭାପତିଙ୍କ ଏହି ଆପତ୍ତିଜନକ ମନ୍ତବ୍ୟର ଉଲ୍ଲେଖ କରି କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ମୌତ କା ସୌଦାଗର ବକ୍ତବ୍ୟରୁ ଯାହା ଆରମ୍ଭ ହୋଇଥିଲା ତାହାର ଶେଷ କିପରି ହୋଇଥିଲା ତାହା ଆମେ ଭଲ ଭାବେ ଜାଣିଛୁ । ସେ ଆହୁରି କହିଛନ୍ତି ଯେ ଏହି ବକ୍ତବ୍ୟରୁ କଂଗ୍ରେସର ହତାଶା ସମ୍ପର୍କରେ ଜଣା ପଡୁଛି, କର୍ଣାଟକରେ କଂଗ୍ରେସର ପାଦ ତଳୁ ମାଟି ଖସୁଛି, ଏହା ସେ ଭଲ ଭାବେ ଜାଣି ପାରୁଛି ।
କଂଗ୍ରେସ ସଭାପତି ଖଡଗେଙ୍କ ଏହି ବକ୍ତବ୍ୟ ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ମଲ୍ଲିକାର୍ଜୁନ ଖଡଗେଙ୍କୁ ସଭାପତି କରିଛି, ହେଲେ କଂଗ୍ରେସରେ କେହି ତାଙ୍କୁ ସଭାପତି ବୋଲି ମାନୁ ନାହାନ୍ତି । ସମସ୍ତ ପୋଷ୍ଟର ବ୍ୟାନରରେ ଏବେ ମଧ୍ୟ ଗାନ୍ଧୀ ପରିବାରର ସଦସ୍ୟ ମାନଙ୍କର ଫଟୋ ଲାଗୁଛି । ତେଣୁ ଖଡଗେ ମନେ କରୁଛନ୍ତି ଯେ ଯଦି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୋନିଆ ଗାନ୍ଧୀଙ୍କ ଠାରୁ ମଧ୍ୟ ଆହୁରି ଖରାପ ବକ୍ତବ୍ୟ ଦେବି।
ଅନୁରାଗ ଆହୁରି କହିଛନ୍ତି ଯେ କଂଗ୍ରେସ ଗୋଟିଏ ପରେ ଗୋଟିଏ ନିର୍ବାଚନ ଲଗାତାର ହାରୁଛି । କଂଗ୍ରେସର ନେତା ମାନେ ବିଦେଶରେ ଯାଇ ବିଦେଶୀ ଶକ୍ତି ମାନଙ୍କ ସହ ମିଶି ଭାରତ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି , ସେମାନଙ୍କ ଠାରୁ ସାହାଯ୍ୟ ମାଗୁଛନ୍ତି । ଏବେ କଂଗ୍ରେସ ପୁଣି ଦେଶର ସବୁଠାରୁ ଲୋକପ୍ରିୟ ନେତାଙ୍କୁ ଅପମାନିତ କରିବାର କାମ କରୁଛି ।
ସେ କହିଛନ୍ତି ଯେ କଂଗ୍ରେସ ନିର୍ବାଚନ ଜିତି ପାରୁ ନାହିଁଷ ହେଲେ ଅତି କମରେ କଂଗ୍ରେସ ଏଭଳି ଅଭଦ୍ର ଭାଷାର ପ୍ରୟୋଗ କରିବା ବନ୍ଦ କରୁ । ବୋଧ ହୁଏ କଂଗ୍ରେସ ନିକଟରେ କ୍ଷମତା ନ ଥିବା କାରଣରୁ ଏଭଳି ହେଉଛି । ଯେଭଳି ପାଣି ବିନା ମାଛର ଅବସ୍ଥା ହୁଏ ଠିକ ସେହି ଭଳି କ୍ଷମତା ବିନା କଂଗ୍ରେସର ଅବସ୍ଥା ହେଉଛି । କ୍ଷମତା ନ ଥିବା କାରଣରୁ କଂଗ୍ରେସ ଛଟପଟ ହେଉଛି । ତେଣୁ ଏଭଳି ଅଶାଳୀନ ଶବ୍ଦର ପ୍ରୟୋଗ କରୁଛି ।
ତେବେ ଏହି ମାମଲାରେ ବିବାଦ ବଢିବା ପରେ ଖଡଗେଙ୍କୁ ସ୍ପଷ୍ଟିକରଣ ଦେବାକୁ ପଡିଛି । ସେ ଏହି ମାମଲାରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏପରି କହି ନାହାନ୍ତି । ସେ ବିଜେପିର ବିଚାରଧାରା ପାଇଁ ଏପରି କହିଛନ୍ତି।
ଅଧିକ ରାଜନୀତି ଖବର ପଢ଼ନ୍ତୁ