ଆତଙ୍କୀ ତାଲିବାନ୍ର କୁଶାସନ ଯୋଗୁ ରୋଜଗାରିଆ ମହିଳା ଏବେ ଭିକ ମାଗୁଛନ୍ତି। ଲକ୍ଷ ଲକ୍ଷ ଝିଅ ଅଧାରୁ ପାଠ ଛାଡି ଭାଗ୍ୟକୁ ଆଦରି ଘରେ ବସି ରହିଛନ୍ତି। ତାଲିବାନ ଦ୍ୱାରା ପ୍ରଚଳିତ ଶାରିଆ ଆଇନ୍ ମହିଳାଙ୍କୁ ଏକ ପ୍ରକାର ପଙ୍ଗୁ କରିଦେଇଛି। ଗତବର୍ଷ ଅଗଷ୍ଟ ୧୫ରେ ତାଲିବାନ ଆତଙ୍କବାଦୀ ମାନେ ଆଫଗାନସ୍ତାନ ଦଖଲ କରିଥିଲେ। ୨୦ ବର୍ଷ ପରେ କ୍ଷମାତକୁ ଫେରି ନିଜର କ୍ରୁରତାର ପ୍ରାଧ୍ୟାନ୍ୟ ବିସ୍ତାର କରିଛି।
ତାଲିବାନୀ ଶାସନର ଏକ ବର୍ଷ ପୂରଣ ପରେ ଆଫଗାନସ୍ତାନର ସ୍ଥିତି କିପରି ଅଛି ତାର ପୁରା ଚିତ୍ର ବର୍ଣ୍ଣନା ହୋଇଛି ଜାହିଦା ନାମ୍ନୀ ଜଣେ ଝିଅ ଲେଖିଥିବା ଏକ ଚିଠିରେ । ବର୍ଷେ ତଳେ ଜାହିଦା ଯେତେବେଳେ ପ୍ରଥମ ଚିଠି ଲେଖିଥିଲେ ସେତେଳବେ ତାଲିବାନ ଆତଙ୍କୀ ତାଙ୍କ ସହରରେ ପଶିବା ଆରମ୍ଭ କରିଥିଲେ। ଏବେ ଜାହିଦା ଲେଖିଥିବା ଚିଠିରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ଚିତ୍ର ବଖାଣିଛନ୍ତି।
ଜାହିଦାଙ୍କ ଚିଠିରେ ଝିଅଙ୍କ ଦୁର୍ଦ୍ଦଶାର କାହାଣୀ। ନିଜର ଦୁଃଖ କାହାଣି ମଧ୍ୟ ବର୍ଣ୍ଣନା କରିଛନ୍ତି। ୨୦ ବର୍ଷିୟ ଜାହିଦାଙ୍କ ଜନ୍ମ ଆଫଗାନ ମାଟିରେ। ଜାହିଦା ଫାର୍ମାସି ପଢିବାକୁ ନାମଲେଖାଇଥାନ୍ତେ କିନ୍ତୁ ତାଲିବାନୀ ଦଖଲ ପରେ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା। ଜାହିଦାଙ୍କ ମା ପରିବାରର ଏକମାତ୍ର ରୋଜଗାରିଆ ଥିଲେ । ଶିକ୍ଷାଦାନ ଥିଲା ତାଙ୍କ ବୃତ୍ତି। କିନ୍ତୁ ତାଲିବାନ ଦଖଲ ପରେ ସ୍କୁଲ ବନ୍ଦ। ଏବେ ଘର ସାମଗ୍ରୀ ବିକ୍ରି କରି ଖର୍ଚ୍ଚ ଉଠାଇବାକୁ ପଡୁଛି ତାଙ୍କୁ।
ଏହି ପରିସ୍ଥିତିରେ ତାଲିବାନୀ ସଦସ୍ୟ ଘରକୁ ଆସିଲେ ତାଙ୍କୁ ଖାଇବାକୁ ଦେବାକୁ ପଡୁଛି। ୩ରୁ ୪ ମହିଳାଙ୍କୁ ବିବାହ କରୁଛନ୍ତି ତାଲିବାନୀ ନେତା । ସେମାନଙ୍କ ବିବାହର ଖର୍ଚ୍ଚ ମଧ୍ୟ ଲୋକେ ଉଠାଉଛନ୍ତି। ଝିଅଙ୍କ ବୟସ ୧୪-୧୫ ହୋଇଗଲେ ପରିବାରର ଚିନ୍ତା ଘାରୁଛି। କାରଣ କେଉଁ ମୁହୂର୍ତ୍ତରେ ତାଲିବାନୀ ଆସି ବଢିଲା ଝିଅଙ୍କୁ ଉଠାଇ ନେଇ ବିବିହା କରିନେଉଛନ୍ତି । ତାଲିବାନୀ ଶାସନରେ ସବୁଠୁ ଦୁର୍ଦ୍ଦଶା ଭୋଗୁଛନ୍ତି ମହିଳା।
ବିଦେଶ ଖବର ଆହୁରି ପଢନ୍ତୁ ।