ଏଥିରୁ କିଛି ବିଧେୟକ ଲୋକସଭା ଏବଂ ରାଜ୍ୟସଭାରେ ପାରିତ ହୋଇ ସାରିଥିବାବେଳେ କିଛି ସଂସଦୀୟ କମିଟି ନିକଟକୁ ସମୀକ୍ଷା ପାଇଁ ପଠାଯାଇଛି । ଚଳିତ ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି ।
ଚଳିତ ଅଧିବେଶନରେ କେଉଁ ସବୁ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ସର୍ବଦଳୀୟ ବୈଠକରେ ଏସବୁ ଉପରେ ଆଲୋଚନା କରାଯାଇଛି । 31 ଟି ଦଳର ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ ।