ଅର୍ଗସ ବ୍ୟୁରୋ: ସ୍ମାର୍ଟ ପୋଲିସିଂକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ବ । ଜାତୀୟ ସୁରକ୍ଷା ଡିଜିପି-ଆଇଜିପି ସମ୍ମିଳନୀରେ ଡିଜିଟାଲ୍ ଠକେଇ, ସାଇବର ଅପରାଧ ରୋକିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ର ବ୍ୟବହାର ବୃଦ୍ଧି ଉପରେ ଜୋର ଦେଇଛନ୍ତି ପିଏମ । ଏହାସହିତ ବିକଶିତ ଭାରତ ସଂକଳ୍ପ ପୂରଣ ପାଇଁ ଆସ୍ପିରେସନ୍ ଇଣ୍ଡିଆରେ ମଧ୍ୟ ଦ୍ୱିଗୁଣ AI ଶକ୍ତି ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି। ସ୍ମାର୍ଟ ପୋଲିସିଂ ବ୍ୟବସ୍ଥା ଉପରେ ପୋଲିସ ଅଧିକ ଯତ୍ନଶୀଳ ଏବଂ ସ୍ୱଚ୍ଛ ହେବାକୁ ଆହ୍ୱାନ ଦେଇଛନ୍ତି ମୋଦି । ବିକଶିତ ଭରତ ଗଠନ ପାଇଁ ଆଧୁନିକୀକରଣ ଏବଂ ପୁନଃ ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନରେ ହ୍ୟାକଥନ୍ ସଫଳତା ବିଷୟରେ ଆଲୋଚନା କରିବା ସହ ଜାତୀୟ ପୋଲିସ୍ ହ୍ୟାକଥନ୍ ପାଇଁ ପରାମର୍ଶ ଦେଇଛନ୍ତି ମୋଦି ।